ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମଦିନ ଉପଲକ୍ଷେ ଶେରଗଡ଼ ବିଜେଡ଼ିର ରକ୍ତଦାନ ଶିବିର ଅନୁଷ୍ଠିତ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୭ ତମ ଜନ୍ମଦିନ ଉପଲକ୍ଷେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ସ୍ଥାନୀୟ ପିତଳ କଲେଜ ଠାରେ ଅନୁଷ୍ଠିତ ହୋଇଥିଲା | ଏହି ରକ୍ତଦାନ ଶିବିର ରେ ସର୍ବ ମୋଟ ୧୧୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ହିଞ୍ଜିଳି ବିଧାୟକ ଙ୍କ ପ୍ରତିନିଧି ଶରତ ମହାପାତ୍ର, ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ବ୍ଲକ ବିଜେଡ଼ି ସଭାପତି, ଶରତ ପାତ୍ର, ଯୁବ ବିଜେଡ଼ି ସଭାପତି, ସନ୍ତୋଷ କୁମାର ପଟ୍ଟନାୟକ,ପ୍ରମୋଦ ପାତ୍ର, ବରୁଣ ପୋଲାଇ , ସରୋଜ କୁମାର ପାତ୍ର, ଶତ୍ରୁଘ୍ନ ଭୂୟାଁ ଙ୍କ ସହ ଶେରଗଡ଼ ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ସହ ବହୁ ଯୁବ ଓ ଛାତ୍ର ବିଜୁ ପ୍ରେମୀ ଉକ୍ତ ରକ୍ତଦାନ ଶିବିର ରେ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ |