ବ୍ରହ୍ମପୁର ସହରରେ ମରଣଯନ୍ତା ତଥା ବିପସଂଙ୍କୁଳ ଭାବେ ରହିଥିବା ସମସ୍ତ ରାସ୍ତା ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ପାଇଁ ଦାବୀ
ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରହ୍ମପୁର ସହରରେ ମରଣଯନ୍ତା ତଥା ବିପଦସଂଙ୍କୁଳ ଭାବେ ରହିଥିବା ସମସ୍ତ ରାସ୍ତା ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଦାବୀ ନେଇ ମଙ୍ଗଳବାର ଅଂଚଳର ବହୁ ଯୁବ ଗୋଷ୍ଠୀ ମାନେ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଦାବୀ କରିଛନ୍ତି । ବ୍ରହ୍ମପୁର ମହାନଗର ନୀଗମ ଅନ୍ତର୍ଗତ ସମସ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ପ୍ରତିଦିନ ରାସ୍ତାର ଦୂରବସ୍ଥା ପାଇଁ ଜନସାଧାରଣ ଦୁର୍ଘଟଣା ର ଶିକାର ହୋଇ ଗୁରୁତର ଭାବେ ଆହାତ ହେଉଛନ୍ତି । ବିଜିପୁର ଠାରୁ ଗେ।।ସଣିନୂଆଗାଁ ରାସ୍ତା, ସେଣ୍ଟ ଭିନସେଣ୍ଟ କନଭେନ୍ଟ ସ୍କୁଲ ରାସ୍ତା, ପ୍ରେମ ନଗର ରାସ୍ତା, ଗୁଡସେଡ ରୋଡ , ଗାନ୍ଧୀନଗର ରାସ୍ତା, ଲକ୍ଷ୍ମୀ ନୃସିଂହ ସାହି ରାସ୍ତା, ନୀଲକଣ୍ଠେଶ୍ୱର ମନ୍ଦିର ରାସ୍ତା ସମେତ ଅନେକ ରାସ୍ତା ଏବେ ସମ୍ପୂର୍ଣ୍ଣ ବିପଦସଂଙ୍କୁଳ ଭାବେ ରହିଛି । ଦୀର୍ଘ ବର୍ଷଧରି ରାସ୍ତା ଗୁଡିକ ଏହିପରି ସଙ୍କଟାପନ୍ନ ରହିଥିଲେ ସୁଦ୍ଧା ବ୍ରହ୍ମପୁର ମହାନଗର ନୀଗମ କି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ନେଇ କୈାଣସି ପଦେôକ୍ଷପ ଗ୍ରହଣ କରାଯାଉନାହିଁ । ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଯାଇ ଅଭିଯୋଗ ଗୁଡିକୁ ଚାପି ଦିଆଯାଉଛି ।ବ୍ରହ୍ମପୁର ବାର୍ସୀ୍କ କୋଟି କୋଟି ଟଙ୍କାର ଟିକସ ନିଆଯାଉଛି କିନ୍ତୁ ବର୍ଷ ବର୍ଷ ହେଲା ଗୋଟିଏ ବି ରାସ୍ତା ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ସେମାନେ ଉକ୍ତ ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି । ବ୍ରହ୍ମପୁର ବାସୀଙ୍କ ସୁବିଧା ନିମନ୍ତେ ତୁରନ୍ତ ଉକ୍ତ ରାସ୍ତା ଗୁଡିକ ନିର୍ମାଣ କରାଗଲେ ଅଂଚଳବାସୀ ଉପକୃତ ହେବେ ବୋଲି ସେମାନେ ଅନୁରୋଧ କରିଛନ୍ତି । ଦାବୀପତ୍ର ପ୍ରଦାନ ବେଳେ ବିନୋଦ ସାବତ, ଜେ.ଦୀନେଶ, ହାଡୁବନ୍ଧୁ ମହରଣାଙ୍କ ସମେତ ବହୁ ଯୁବକମାନେ ଉପସ୍ଥିତ ଥିଲେ ।