ଅସାବଧାନତା ଯୋଗୁଁ ସିଲିଣ୍ଡର ରେ ଲାଗିଲା ନିଆଁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରୋଷେଇ ବେଳେ ହଠାତ୍ ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମର କୈଳାସ ପ୍ରଧାନଙ୍କ ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ନିଆଁ ଲାଗିଥିଲା । ନିଆଁ ଲାଗିଯିବା ପରେ ଭୟଭୀତ ହୋଇ ପରିବାର ସମସ୍ତ ସଦସ୍ୟ ବାହାରକୁ ଚାଲିଗଲେ। ଭାଗ୍ୟ ବଶତଃ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ନିଆଁ ଦାଉରୁ ରକ୍ଷା ପାଇଯାଇଛନ୍ତି ।ଘରୁ ନିଆଁ ବାହାରୁଥିବା ଦେଖି ଗ୍ରାମବାସୀ ମାନେ ଦୌଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ସମ୍ଭବ ହେଲାନାହିଁ। ସ୍ଥିତି ଅଣାୟତ ହେବାରୁ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ନିଆଁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ କରି ନିଆଁ କୁ ଆୟତ କରିଥିଲେ।


