କନ୍ୟା ରତ୍ନ ବୃନ୍ଦଙ୍କୁ ବ୍ୟବହାର ଓ ସ୍ଵାବଲମ୍ବନ ତାଲିମ

ବୁଗୁଡା, (ଅନିଲ କୁମାର ମହାରଣା):ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ ପ୍ରକାରେ କନ୍ୟା ରତ୍ନଙ୍କ ବ୍ୟବହାର ଓ ସ୍ୱାବଲମ୍ବନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ତଥା ରେଡ କ୍ରସ ପରାମର୍ଶଦାତା ଦିଲ୍ଲୀପ କୁମାର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ, ଅଧ୍ୟାପିକା ପ୍ରଜ୍ଞା ପାରମିତା ସାହୁ ଛାତ୍ରୀ ମାନଙ୍କୁ ସେମାନଙ୍କ ବ୍ୟବହାର ବିଷୟରେ ପରାମର୍ଶ ପ୍ରଦାନ କରିଥିଲେ। ସଂଯୁକ୍ତା ପାତ୍ର ଓ ଅର୍ଚ୍ଚନା କୁମାରୀ ମୁନି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲା “କନ୍ୟା ସୁରକ୍ଷା ସମିତି” ଅଧିକାରୀ ସୁଶାନ୍ତ କୁମାର ସାହୁ ଓ ତାଲିମଦାତା ଦାଶରଥି ତ୍ରିପାଠୀ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀମାନଙ୍କୁ ସେମାନଙ୍କ ବ୍ୟବହାର କିପରି ହେବ ଉଚ୍ଚିତ ଓ କିପରି ସ୍ବାବଲମ୍ବୀ ହୋଇପାରିବେ ସେହି ବିଷୟ ନେଇ ବିଭିନ୍ନ ପ୍ରକାର ପାରଦର୍ଶି ହେବା ପାଇଁ ତାଲିମ ପ୍ରଦାନ କରିଥିଲେ। ସଚେତନତା ହିଁ ସମାଜ ସୁରକ୍ଷାର ମାପକାଠି, ସେଥିପାଇଁ ସର୍ବଦା ସେଥିପ୍ରତି ଦୃଷ୍ଟି ଦେବାକୁ ଛାତ୍ରୀ ବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ