ସନ୍ଥ ଅରକ୍ଷିତ ଦାସ ଙ୍କ ନାଁ ରେ ନାମିତ ହେଲା ଦିଗପହଣ୍ଡି ବସଷ୍ଟାଣ୍ଡ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ବୁଧବାର ଦିଗପହଣ୍ଡି ଗସ୍ତ ରେ ଆସି ସ୍ଥାନୀୟ ଏନ୍ ଏ ସି ପକ୍ଷରୁ ନବନିର୍ମିତ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ। ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ସମାରୋହରେ ଗଞ୍ଜାମ ଜିଲାପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଥମେ  ନୂତନ ବସଷ୍ଟାଣ୍ଡ କୁ ସନ୍ଥ ଅରକ୍ଷିତ ଦାସଙ୍କ ନାମରେ ନାମିତ ହୋଇଥିବା ମୁଖ୍ୟ ଫାଟକ କୁ ଉଦଘାଟନ କରିଥିଲେ ।  ବସଷ୍ଟାଣ୍ଡ ପରିସରରେ ନବ ନିର୍ମିତ ନୂତନ ପୋଲିସ ବିଟ୍ ହାଉସ , ବସଷ୍ଟାଣ୍ଡ ସମ୍ମୁଖରେ ତିନିଗୋଟି ଖୋଲା ସ୍ଥାନର ସୌନ୍ଦର୍ଯ୍ଯକରଣ ପ୍ରକଳ୍ପ , ସହରାଞ୍ଚଳ ମୁଖ୍ୟ ସ୍ଥାନ ମାନଙ୍କର ସ୍ଥାପିତ ସିସିଟିଭି ସଂଯୋଗୀକରଣ  , ନବନିର୍ମିତ ପୋଷାକ ଗୃହ କୁ ଲୋକାର୍ପିତ କରିବା ସହ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲାପାଳଙ୍କ ଏହି ଗସ୍ତ ସମୟରେ ଜିଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ  ସଚ୍ଚିଦାନନ୍ଦ ନାୟକ , ଦିଗପହଣ୍ଡି ବିଡ଼ିଓ ହଳଧର ଶବର , ତହସିଲଦାର ସିପକ କୁମାର ପାତ୍ର , ଦିଗପହଣ୍ଡି ଏନ୍ ଏ ସି ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା , ଉପାଧ୍ୟକ୍ଷା କେ . ପୂଜା , ବ୍ରହ୍ମପୁର ଏମ୍ ପି ପ୍ରତିନିଧି ନିରୁପମା ପଟ୍ଟନାୟକ , ବିଧାୟକ ପ୍ରତିନିଧି ଭି . ରବି ନାରାୟଣ ରାଜୁ , ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଦିଗପହଣ୍ଡି ଏନ୍ ଏ ସି ମହିଳା ବିଜେଡି ସଭାନେତ୍ରୀ ଅନୀତା ବେହେରା , ପୂର୍ବତନ ନଗରପାଳ ଉଦୟନାଥ ସ୍ବାଇଁ , ବରିଷ୍ଠ ନାଗରିକ ହରିକୃଷ୍ଣ ପଣ୍ଡା , କାଉନସିଲର ସନ୍ତୋଷିନୀ ବେହେରା , ସୁନୀଲ କୁମାର ପଣ୍ଡା , ଦୀପକ କୁମାର ମିଶ୍ର , ନୀଳମାଧବ ଗୈାଡ  , ଇ . ଗାୟତ୍ରୀ ଙ୍କ ସମେତ ଅନ୍ୟାନ୍ୟ କାଉନସିଲର ବୃନ୍ଦ , ଗବେଷକ ଡ. ଅନନ୍ତ ରାମ କର , ସାମାଜିକ କର୍ମୀ କେ. କୁନା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ ଏସି ର ସମସ୍ତ କର୍ମଚାରୀ , ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ  କରିଥିଲେ ।  ପରେ ଜିଲାପାଳ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ  ରେ ପହଞ୍ଚି  ସଭାଗୃହରେ ବିଡ଼ିଓଙ୍କ ଉପସ୍ଥିତିରେ ସମସ୍ତ ପଞ୍ଚାୟତର ଏମ୍ ଜି ଏନ୍ ଆର୍ ଇ ଜିଏସ୍ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା  କରିଥିଲେ । ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୫ ଟି ପଞ୍ଚାୟତର ସମସ୍ତ ଗ୍ରାମ ରୋଜଗାର ସେବକ ଓ କନିଷ୍ଠ ଯନ୍ତ୍ରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ