କେ.ଚନ୍ଦନପେଢ଼ି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଦେହାନ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କେ.ଚନ୍ଦନପେଢ଼ି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏରକାଇଲୁ ସ୍ବାଇଁ ଅକ୍ଟୋବର ୨୯ ତାରିଖ ଶନିବାର ସକାଳେ ୫୫ + ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସ୍ବର୍ଗତ ଶ୍ରୀ ସ୍ବାଇଁ ୧୯୬୭ ମସିହା ଜୁନ ୦୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୦୩ ଜୁଲାଇ ୨୫ ତାରିଖ ଦିନ ଜଗନ୍ନାଥପ୍ରସାଦ ବ୍ଲକରେ ନିଯୁକ୍ତି ପାଇଥିଲେ। ଏହାପରେ ବୁଗୁଡା ବ୍ଲକର ଗୁଡିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଯୋଗଦେଇଥିଲେ। ପରେ ବୁରୁଝୋଳା ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବା ବେକେ ବର୍ତ୍ତମାନ କେ.ଚନ୍ଦନପେଢ଼ି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ଅକ୍ଟୋବର ୨୯ ଶନିବାର ଯୋଗୁଁ ସକାଳେ ବିଦ୍ୟାଳୟକୁ ଯିବାପାଇଁ ପୋଷାକ ପିନ୍ଧି ବାହାରିବା ସମୟରେ ଶ୍ରୀ ସ୍ବାଇଁଙ୍କ ଗଳା ଶୁଖିଲା ଲାଗିବା ସହ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେ ସଙ୍ଗେ ସଙ୍ଗେ ଏକ ଅଟୋ ଭଡ଼ାକରି ମେଡ଼ିକାଲକୁ ଯାଇଥିଲେ। ହେଲେ ସେଠାରେ ଡାକ୍ତର ଏରକାଇଲୁ ସ୍ବାଇଁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ଅଞ୍ଚଳ ସହ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ