ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ବିଶ୍ୱ ଆୟୋଡିନ ଅଭାବ ବ୍ୟାଧି ନିରାକରଣ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କନଫେରେନ୍ସ ହଲ ଠାରେ ବିଶ୍ୱ ଆୟୋଡିନ ଅଭାବ ବ୍ୟାଧି ନିରାକରଣ ଦିବସ ପାଳିତ ହୋଇ ଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ରଙ୍କ ତତ୍ୱାବଧାନରେ ଏହିକାର୍ଯ୍ୟକ୍ରମହୋଇଥିବାବେଳେଡିପିଏଚଓ ଡକ୍ଟରଏମ୍ ଏମ୍ ଅଲ୍ଲୀ, ଏଡିପିଏଚଓ ଡକ୍ଟର ଆନନ୍ଦ ସାମନ୍ତ ରାୟ, ଖାଦ୍ୟ ସୁରକ୍ଷା ଅଧିକାରିଣୀ ଡକ୍ଟର ତାପସ୍ୱିନୀ ବେହେରା, ନେତ୍ରାନନ୍ଦ ଶତପଥୀ, ସୁଫଳା ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଆୟୋଡିନ ଅଭାବ ଜନିତ ବ୍ୟାଧି ,ଆୟୋଡିନ ବ୍ୟବହାର, ଆୟୋଡିନ ଲୁଣ ବ୍ୟବହାର ସମ୍ପର୍କରେ ସଚେତନତା କରିଥିଲେ।ଏହା କିପରି ନିରାକରଣ କରାଯାଇ ପାରିବ ତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏ ଏନ ଏମ୍ ଆଶା ଦିଦି।ଆୟୋଡିନ ବ୍ୟବହାର କରିବାକୁ ସଚେତନତା କରିଥିଲେ।


