ଗୁମ୍ମାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସ୍ଥିତ ସଦଭାବନା ସଭାଗୃହରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଗଜପତି ଏଡ଼ିଏମ୍ ସଂଗ୍ରାମ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅନୁପ ଅଭିଷେଖ ବେହେରା,ଅଧ୍ୟକ୍ଷା ସୁନେମି ମଣ୍ଡଳ,ଉପାଧ୍ୟକ୍ଷ ଶ୍ରୀନିବାସ ରାଓ,ଡ଼ିଏସଏ ବାବୁଲା ବିଶୋଇ,ସିଡ଼ିପିଓ ଅନିତାରାଣୀ ପଟ୍ଟନାୟକ,ଏଇଇ ବିଭୁଚନ୍ଦନ ପୂଜାରୀ ଓ ଏପିଓ ସୌମ୍ୟ ସୁଧାକର ତ୍ରିପାଠୀ ଯୋଗ ଦେଇଥିଲେ। ମନେରେଗା ଯୋଜନା ଆର୍ଥିକ ବର୍ଷ ୨୦୨୦-୨୧ ଓ ୨୦୨୧-୨୨ର ବିବରଣୀ ପଠନ କରିଥିଲେ ଏପିଓ ସୌମ୍ୟ ସୁଧାକର ତ୍ରିପାଠୀ। ଗୁମ୍ମା ବ୍ଲକରେ କାର୍ଯ୍ୟରତ ଉଦ୍ୟାନ ବିଭାଗ,ଜଗଲ ବିଭାଗ,ଜଳ ବିଭାଗ ଓ ଆଦିବାସୀ ଉନ୍ନୟନ ସଂସ୍ଥା କର୍ମଚାରୀ ଯୋଗ ଦେଇ ନିଜ ବିଭାଗରେ ହୋଇଥିବା ମନରେଗା କାର୍ଯ୍ୟର ବିବରଣୀ ଜନସାଧାରଣଙ୍କୁ ଜଣାଇଥିଲେ। ପରେ ସମସ୍ତ ଗ୍ରାମ ପଞ୍ଚାୟତ ସମିତିର ସମସ୍ତ ମନରେଗା କାର୍ଯ୍ୟର ସମୀକ୍ଷା କରିଥିଲେ ଏଡିଏମ ଶ୍ରୀ ପଣ୍ଡା। ଯେଉଁ ପାଞ୍ଚାୟତ ଏବଂ ଲାଇନ ବିଭାଗର ସାମାଜିକ ସମୀକ୍ଷା ହୋଇନାହିଁ ତାହାକୁ ୭ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ମନରେଗା ପ୍ରକଳ୍ପର ଫଳକ ସରକାରଙ୍କ ନିୟମ ଅନୁସାରେ କରିବାକୁ ସମସ୍ତ କାର୍ଯ୍ୟକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସମସ୍ତ ପିଆରଆଇ ମେମ୍ବର,କନିଷ୍ଟ ଯନ୍ତ୍ରୀ,ପିଇଓ,ଜିଆରଏସ୍,ଭିଆରପି,ଗାଁସାଥି ଓ ୯୮ ହିତାଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଏମ୍ଆଇ ଶୁଭଶ୍ରୀ ବାନାନା ଜେନା,ସୌମ୍ୟ ସୁଧାକର ତ୍ରିପାଠୀ,ସ୍ୱରାଜ୍ୟ କୁମାର ସାହୁ ଓ କେଦାର ନାଥ ପଣ୍ଡା ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ