ଗଞ୍ଜାମ ଏନଏସି କାଉନସିଲର ବୈଠକ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାକୁ ନେଇ ତାଗିତ କଲେ ବିଧାୟକ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସିର ନିର୍ବାଚିତ କାଉନସିଲର ମାନଙ୍କୁ ଅଧିକାରୀ ଓ କର୍ମଚାରୀ ମାନେ ଅଣଦେଖା କରିବା ନେଇ ଗଞ୍ଜାମ ଏନଏସି କାଉନସିଲର ବୈଠକରେ ଯୋଗଦେବା ଅବସରରେ ଅସନ୍ତୋଷ ପ୍ରକାଶ କରିବା ସହ ତାଗିତ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା। ଗଂଜାମ ଏନଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀଙ୍କ ସଭାପତିତ୍ବରେ ବୈଠକର ଅନୁଷ୍ଠିତ ହୋଇଥିଲା। ବୈଠକରେ କାଉନସିଲର ପୁରୁଷୋତ୍ତମ ସାହୁ, ଚନ୍ଦ୍ରଶେଖର ଚନ୍ଦ୍ର ଶେଖର ରେଡ୍ଡୀ ମହାଲକ୍ଷ୍ମୀ ନାୟକ, ସୁଜାତା ମହାନ୍ତି, କାଉନସିଲର ମାନଙ୍କୁ କୌଣସି ଯୋଜନା ସମ୍ପର୍କରେ ଅବଗତ କରାଯାଉନି ଏପରିକି ନିଜ ୱାଡ଼ରେ କୌଣସି କାର୍ଯ୍ୟକ୍ରମ ହେଲେ ତାଙ୍କୁ ଅନ୍ଧାରରେ ରଖାଯାଉଛି ବୋଲି ଅଭିଯୋଗ କରିଥିଲେ। ଏହା ଶୁଣିବା ପରେ ବିଧାୟକ ବେହେରା ଉଦବେଗ ପ୍ରକାଶ କରିଥିଲେ। ସେତେବେଳେ ନିର୍ବାଚିତ ପ୍ରତିନିଧି ମାନେ ନଥିଲେ ଆପଣ ମାନେ ଯାହା କରୁଥିଲେ , ବର୍ତ୍ତମାନ ସେମାଙ୍କୁ ଅଣଦେଖା ନ କରି ସମ୍ମାନ ଦେଈ ସେମାଙ୍କ ସହଯୋଗ ନେଇ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ।ଗଞ୍ଜାମ ସହରରେ ବହୁ ପୋଖରି ଥିଲେ ମଧ୍ୟ ଗୋଟିଏ ବି ପୋଖରୀ ର ରୂପାନ୍ତରିକରଣ ହୋଇପାରିନଥିବା, ପରିମଳ ବ୍ୟବସ୍ଥା ଠିକ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତତତ୍କାଳିନ ପ୍ରଶାସନ ତରଫରୁ ସହରର ଆରମ୍ଭ ରେ ଜାତୀୟ ରାଜପଥ(୧୬)ରେ ୨୫ଲକ୍ଷ ଟଙ୍କା ବ୍ୟୟ ବରାଦ ଏକ ହାଇଟେକ ଲାଇଟ ଲଗାଇବା ନିଷ୍ପତ୍ତିକୁ ବିଧାୟକ ପସନ୍ଦ ନ କରିବା ସହ ଉକ୍ତ ଅର୍ଥରେ ଲୋକଙ୍କ କାର୍ଯ୍ୟରେ ଲଗାଇବାକୁ ପରାମର୍ଶ ଦେଇଥିଲେ। ମୁକ୍ତଯୋଜନାରେ ବୃକ୍ଷରୋପଣରେ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟ ସମୟ ସୀମା ମଧ୍ୟରେ ଶୀଘ୍ର ଶେଷ କରିବାକୁ କହିବା ସହ ଯେଉଁ ଠିକାଦାର ଏହାର ଖିଲାପ କରନ୍ତି ,ତାଙ୍କୁ କଳା ତାଲିକା ଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା। ଆରମ୍ଭରେ ଅଧକ୍ଷ ପାଢ଼ୀ ବିଧାୟକ ଓ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶଙ୍କୁ ସ୍ୱାଗତ କରିଥିଲେ। ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ ମଞ୍ଚାସିନ ଥିଲେ । ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ମିଶ୍ର ସମସ୍ତଙ୍କ ସହଯୋଗ ନେଇ ନିଜେ ୱାଡ଼ ବୁଲି ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ। ଏହି ବୈଠକରେ କାଉନସିଲର ଅରୁଣ କୁମାର ପଣ୍ଡା, ସଂଯୁକ୍ତା ଦାସ, ସୁଜାତା ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, ରିତାଦେବୀ ମହାରଣା, ସାବିତ୍ରୀ ବେହେରା, କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଆକାଉଣ୍ଟ ଦୀପ୍ତିରଞ୍ଜନ ପୃଷ୍ଟି, ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ଆଚାର୍ଯ୍ୟ, ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ଦାସ, ଏନଏସି କର୍ମଚାରୀ କମଳା କାନ୍ତ ଦାସ, ଲକ୍ଷ୍ମୀ ପାଢ଼ୀ, ସିଓ-ସ୍ୱପ୍ନାରାଣୀ ମହାପାତ୍ର, ସିଏମ୍ ଏମ୍ ଭାଗ୍ୟଶ୍ରୀ ନାୟକ ,ସୁମିତ ବେହେରା, କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ,ପ୍ରମୁଖ ଉପସ୍ଥିତ ଥିଲେ ।