ଶ୍ରମ ମନ୍ତ୍ରୀଙ୍କ ୭ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା
ବୁଗୁଡା, (ଅନିଲ କୁମାର ମହାରଣା):ବିଜୁ ଜନତା ଦଳର ଦଳୀୟ ନିଷ୍ପତ୍ତି ପ୍ରକାରେ ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଲକରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅକ୍ଟୋବର ଦୁଇ ତାରିଖ ଦିନ ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ବୁଗୁଡା ବ୍ଲକର ୭ ଟି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକର ପାଙ୍ଗିଡି ପଞ୍ଚାୟତରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଖୋଳଖାଳି, ବିରଞ୍ଚିପୁର, ବି.କରଡ଼ାବାଡ଼ି, ତାକରଡା, କରଚୁଲି ଓ କରସିଙ୍ଗ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସମସ୍ତ ପଞ୍ଚାୟତରେ ଶ୍ରମମନ୍ତ୍ରୀ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଜନସାଧସରଣ ପାଛୋଟି ନେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଲୋକଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ କତକଲା ଗ୍ରାମ ନିକଟରେ ବାଘୁଆ କେନାଲର ପର୍ଯ୍ୟବେକ୍ଷଣ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରତ୍ୟେକ ପଞ୍ଚାୟତର ନେତା ଓ କର୍ମୀ ବୃନ୍ଦ ଜନସାଧାରଣଙ୍କ ସହ ଉତ୍ତମ ସମ୍ପର୍କ ରଖି ଓ ସରକାରଙ୍କ ଜନହିତକର ଯୋଜନା ଗୁଡିକ ପହଞ୍ଚାଇ ପ୍ସରୀଲଡ଼ ବିଜୁ ଜନତା ଦଳ ଆହୁରି ସୁଦୃଢ଼ ହୋଇ ପାରିବ ବୋଲି ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ପ୍ରଦାନ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରାରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି ସୁଶାନ୍ତ କୁମାର ପୋଲାଇ, ବୁଗୁଡା ଏନଏସି ବିଜେଡି ଅଧ୍ୟକ୍ଷ କେ.ତ୍ରିଲୋଚନ ଦୋରା, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ଗୌଡ଼, ପାଙ୍ଗିଡି ସରପଞ୍ଚ ଭାଗ୍ୟଳତା ବିଷୋୟୀ, ଆସିକ ସମବାୟ ସମିତି ଡ଼ାଇରେକ୍ଟର ନନ୍ଦିନୀ ଭୂୟାଁ, କେ.ନୀଳମାଧବ ଆଚାରୀ, କିଶୋର ଚନ୍ଦ୍ର ବେହେରା, ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ସୂର୍ଯ୍ୟମଣି ଗୌଡ଼, ଆରତୀ ଦେବୀ, ସୁବ୍ରତ ରାଖଲ ଦାସଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ ।