ପାରିବାରିକ କଳହରୁ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପାରିବାରିକ କଳହ ଓ ପୂର୍ବ ଶତୃତାକୁ ନେଇ ଜନୈକ ବ୍ୟକ୍ତିଙ୍କୁ ମରଣାନ୍ତଙ୍କ ଆକ୍ରମଣ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ନାଗପୁରା ଗ୍ରାମର ଗଣେଶ୍ୱର ପ୍ରଧାନଙ୍କ ପତ୍ନୀ ଝୁନି ପ୍ରଧାନ କରିଥିବା ଅଭିଯୋଗରୁ ପ୍ରକାଶ ଯେ ଗତ ଜୁଲାଇମାସ ୧୪ତାରିଖରେ ପାରିବାରିକ କଳହକୁ ନେଇ ଝଗଡା ହେବାରୁ ତାଙ୍କ ଜ୍ୱାଇଁ ପ୍ରମୋଦ ରାଉତ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ସେହି ଦିନହିଁ ସଂପୃକ୍ତ ଘଟଣାର ସମାଧାନ ହୋଇଯାଇଥିଲା । କିନ୍ତୁ ଗୁରୁବାର ସେହି ପୂର୍ବ ଶତୃତାକୁ ନେଇ ପୁନର୍ବାର ତାଙ୍କ ଜ୍ୱାଇଁ ପ୍ରମୋଦକୁ ପ୍ରବଳ ମାଡମାରିବା ସହ ଛାତ ଉପରୁ ତଳକୁ ଠେଲି ଦେବାରୁ ପ୍ରମୋଦଙ୍କୁ ସଙ୍କଟାପନ୍ନ ଭାବରେ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ପ୍ରମୋଦ ସେଠାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବାରୁ ତାଙ୍କ ଶାଶୁ ଅଭିଯୋଗ କରିବା ସହ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ