ଡିସେମ୍ବର ୫ରେ ଗୀତା ଜୟନ୍ତୀ ପାଳନ କରିବ କଳାହାଣ୍ଡି ବ୍ରାହ୍ମଣ ସମାଜ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ଡିସେମ୍ବର ୫ ତାରିଖ ମାର୍ଗଶିର ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ଠାରେ ପବିତ୍ର “ଗୀତା ଜୟନ୍ତୀ” ମହାସମାରୋହରେ ପାଳନ କରିବା ପାଇଁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସ୍ଥିର କରାଯାଇଛି। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ଜିଲ୍ଲା କର୍ମକର୍ତ୍ତା, କାର୍ଯ୍ୟକାରୀ କମିଟି ସଦସ୍ୟ, ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ କର୍ମକର୍ତ୍ତା, ଜିଲ୍ଲାର ବିଭିନ୍ନ ବ୍ଳକ କମିଟି କର୍ମକର୍ତ୍ତା ସମେତ ସ୍ୱତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ ଯୋଗଦେଇଥିଲେ। ପାରମ୍ପରିକ ରୀତିରେ ଭଗବାନ ପର୍ଶୁରାମ ଙ୍କ ପୂଜାର୍ଚ୍ଚନା, ପ୍ରଦୀପ ପ୍ରଜ୍ବଳନ ଓ ମନ୍ତ୍ରପାଠ ସହ ବୈଠକର ଶୁଭାରମ୍ଭ ହୋଇଥିଲା।ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ମୁଣ୍ଡ ବ୍ରାହ୍ମଣ ସମାଜ କଳାହାଣ୍ଡି ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବା ସହ ଆଧ୍ୟାତ୍ମିକ ସଚେତନତା ମୂଳକ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ପ୍ରଥମ କାର୍ଯ୍ୟକାରିଣୀ ବୈଠକର ବିବରଣୀ ଉପସ୍ଥାପନ କରିବା ସହ ସଂଗଠନର ଆଗାମୀ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସଂଗଠନ ସଂପାଦକ ଭବେନ୍ଦ୍ର ପଣ୍ଡା ବ୍ରାହ୍ମଣ ସମାଜର ସାଙ୍ଗଠନିକ ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ସମ୍ପାଦକ ତଥା ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜର ସାଧାରଣ ସମ୍ପାଦକ ହେମନ୍ତ ପଣ୍ଡା ଧର୍ମଗଡ଼ ଉପଖଣ୍ଡ ରେ ବ୍ରାହ୍ମଣ ସମାଜ ଦ୍ୱାରା ଅୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କେସିଙ୍ଗା ବ୍ଳକ କମିଟି ସଭାପତି ପ୍ରଦୀପ୍ତ ରଥ, ଜୁନାଗଡ଼ ବ୍ଳକ କମିଟି ସଭାପତି ଦୀପ୍ତି ରଞ୍ଜନ ପ୍ରହରାଜ, ନର୍ଲା ବ୍ଳକ କମିଟି ସଭାପତି ବଦ୍ରୀ ନାରାୟଣ ମିଶ୍ର, ମ.ରାମପୁର ବ୍ଳକ କମିଟି ସାଧାରଣ ସମ୍ପାଦକ ପ୍ରଶାନ୍ତ ସାନ୍ତରା, ଲାଞ୍ଜିଗଡ଼ ବ୍ଳକ ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି, କେସିଙ୍ଗା ବ୍ଳକ ଉପସଭାପତି ପର୍ଶୁରାମ ପାଢ଼ୀ ଓ ଧର୍ମଗଡ଼ କମିଟି ଆଇନ ପରାମର୍ଶଦାତା ତ୍ରିନାଥ ମୁଣ୍ଡ ନିଜ ନିଜ ବ୍ଲକରେ ବ୍ରାହ୍ମଣ ସମାଜ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ସ୍ଥିତ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଆସନ୍ତା ଡିସେମ୍ବର ୫ ତାରିଖରେ ଭବାନୀପାଟଣା ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଗୀତା ଜୟନ୍ତୀ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ବ୍ରାହ୍ମଣ ସମାଜର ବହୁସଂଖ୍ୟକ ସଦସ୍ୟ ଯୋଗଦେବେ ବୋଲି ପ୍ରକାଶ କରିଥିଲେ। ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜିକା ସ୍ନେହଳତା ଷଡ଼ଙ୍ଗୀ ଓ ଧର୍ମଗଡ଼ ଉପଖଣ୍ଡ ସଂଯୋଜିକା ପ୍ରିୟମ୍ବଦା ଚାନ୍ଦ ବ୍ରାହ୍ମଣ ସମାଜ ର ମହିଳା ଶାଖା କୁ ଆହୁରି ସୁଦୃଢ଼ କରିବା ପାଇଁ ମତ ଦେଇଥିଲେ। ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ, ଲେଖକ ଓ ଗବେଷକ ଉମାଶଙ୍କର କର, ବିଶିଷ୍ଟ ଔପନ୍ୟାସିକା ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ ସୁନୀତି ମୁଣ୍ଡ ଓ ଜାତୀୟ ଯୁବ ପୁରସ୍କାର, ଜାତୀୟ ଓସ୍ତାଦ ବିଶମିଲ୍ଲା ଖାଁ ପୁରସ୍କାର ପ୍ରାପ୍ତ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଉପସଭାପତି ବିନୋଦ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ମିଶ୍ର, କୋଷାଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ନେଗୀ, କାର୍ଯ୍ୟକାରୀ ସଦସ୍ୟ ପ୍ରମୋଦ ଖମାରୀ, ବାଞ୍ଛାନିଧି ମିଶ୍ର, ଅବିନାଶ ଠାକୁର, ପ୍ରଭାସ ଚନ୍ଦ୍ର ମିଶ୍ର, ପର୍ଶୁରାମ ସେନାର ସେବାନନ୍ଦ ପାଢ଼ୀ, ରାକେଶ ଶର୍ମା, କିଶନ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ