ବ୍ରହ୍ମପୁର ରେ ବିଜେପି ପାଳିଲା ବିଜୟ ଦିବସ

ବ୍ରହ୍ମପୁର, (ଅନିଲ କୁମାର):ଧାମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୂର୍ଯ୍ଯବଂଶୀ ସୂରଜଙ୍କ ଐତିହାସିକ ବିଜୟକୁ ନେଇ ଆଜି ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର ଛକ ଠାରେ “ବିଜୟ ଉତ୍ସବ” ପାଳନ ହୋଇଯାଇଛି । ସୂର୍ଯ୍ୟବଂଶୀ ସୂରଜ ୮୦୩୫୧ ଭୋଟ ପାଇ ତାଙ୍କ ନିକଟତମ ପ୍ରତଦ୍ୱନ୍ଦି ବିଜୁ ଜନତା ଦଳର ପ୍ରାର୍ଥୀନୀଙ୍କ ଠାରୁ ୯୮୮୧ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଏହି ବିଜୟ ଧାମନଗର ବାସୀଙ୍କ ବିଜୟ ଓଡ଼ିଆ ସ୍ୱାଭିମାନର ବିଜୟ ବୋଲି ଜିଲ୍ଲା ନେତୃବୢନ୍ଦ କହିଛନ୍ତି । ଆଜି ଗାନ୍ଧୀନଗର ଛକ ଠାରେ ବିଜେପି କାର୍ଯକର୍ତ୍ତା ମାନେ ବାଣ ଫୁଟାଇ,ବାଜା ବଜାଇ,ମିଷ୍ଠାନ୍ନ ବଣ୍ଟନ କରି ନାଚ ଗୀତରେ ଝୁମିଥିଲେ । ଆଜିର ଏହି “ବିଜୟ ଉତ୍ସବ” ପାଳନ ଅବସରରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ରାଜ୍ୟ କୢଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ସୁନିଲ କୁମାର ସାହୁ, କର୍ପୋରେଟର ପ୍ରଦୀପ ଶତପଥି, ସୁଶିଳା ମଲ୍ଲିକ,କର୍ପୋରେଟର ରଞ୍ଜିତା ବେହେରା,ସବିତା ସାହୁ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମଦନ ମହୋନ ପାତ୍ର,ରତ୍ନଗର୍ଭା ସରସ୍ୱତୀ, ବର୍ଷା ବିଦ୍ୟୁସ୍ମିତା,ମଣ୍ଡଳ ସଭାପତି ସରୋଜ ପାତ୍ର,ଭାବଗ୍ରାହୀ ପାଳ, ସତ୍ୟନାରାୟଣ ବସନ୍ତିଆ,ଶିବ ଶଙ୍କର ଶତପଥି,କେ.ଟୁଙ୍ଗୁରୁ ପାତ୍ର, ଗୋପିନାଥ ପଣ୍ଡା,ସୁମନ ଶତପଥି, ଧନୁ ପାଣିଗ୍ରାହୀ,ପ୍ରଣୟ ମହାପାତ୍ର, ଗୌରୀ ମହାନ୍ତି,ଚିତ୍ତରଞ୍ଜନ ସାହୁ, ସରୋଜ ଦାସ,ଆନନ୍ଦ ମହାଙ୍କୁଡ଼, ଅନିଲ ସାହୁ,କିଷାନ୍ ପଣ୍ଡା, ଆଶୁତୋଷ ପାତ୍ର,ସୁନିଲ ପଣ୍ଡା, କମଲ ପାତ୍ର,ସ୍ୱାସ୍ଥ୍ୟ ସେଲ୍ ଜିଲ୍ଲା ସଂଯୋଜକ ରାଜୀବ ମିଶ୍ର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ