ହରିଶ୍ଚନ୍ଦ୍ର ଯୋଜନା ଅନୁଦାନ ହରିଲୁଟ ମାମଲା, ପିଇଓକୁ ଗିରଫ କଲା ପୁଲିସ, ସରପଞ୍ଚ ଓ ଜିଆରଏସଙ୍କ ପାଳି କେବେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ହୋଇଥିବା ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ସୋସୋ ପୁଲିସ ତତକାଳୀନ ପିଇଓ ନରହରି ନାୟକକୁ ଗିରଫ କରିଛି । ଏହି ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ହରିଲୁଟର ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ଜିଲ୍ଲାପ୍ରଶାସନକୁ ରିପୋର୍ଟ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ହାଟଡିହି ବିଡିଓଙ୍କ ପକ୍ଷରୁ ସୋସୋ ଥାନାରେ ପୁର୍ବତନ ସରପଞ୍ଚ ପ୍ରତିଭା ନାୟକ, ପୁର୍ବତନ ପିଇଓ ନରହରି ନାୟକ ଓ ବର୍ତ୍ତମରନର ଜିଆରଏସ ପୁର୍ଣ୍ଣେନ୍ଦୁ ଥାଟୋଇଙ୍କ ନାମରେ ଏଫଆଇଆର ଦିଆଯିବା ପରେ ସୋସୋ ପୁଲିସ ଥାନା କେସନଂ-୧୭୮/୨୦୨୨ରେ ୪୦୯, ୪୨୦, ୪୬୭, ୪୭୧ ଓ ୩୪ଆଇପିସି ଦଫାରେ ମାମଲା ରୁଜୁ କରିଥିଲା । ଏଠାରେ ସୁଚନାଯୋଗ୍ୟ ଯେ ଉକ୍ତ ପଞ୍ଚାୟତରେ ଅନେକ ହିତାଧିକାରୀଙ୍କ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ଆବେଦନ ପତ୍ରରେ ହିତାଧିକାରୀଙ୍କ ଫୋନ ନମ୍ବର ସ୍ଥାନରେ ପୁର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କ ଫୋନ ନମ୍ବର ଦିଆଯାଇ ଶତାଧିକ ବ୍ୟକ୍ତିଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅନୁଦାନ ଦିଆଯାଇଥିବା ନେଇ ଅଭିଯୋଗ ହେବାସହ ଅନେକ ହିତାଧିକାରୀଙ୍କୁ ଆଦୌ ଦିଆଯାଇ ନଥିଲା । ଏନେଇ ଅଭିଯୋଗ ହେବାପରେ ବ୍ଲକ ପକ୍ଷରୁ ଏକ ପ୍ରତିନିଧି ଦଳ ଏହାର ତଦନ୍ତ କରିବା ସହିତ ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଆଉ ଏକ ତଦନ୍ତକାରୀ ଦଳ ଗାଁ ଗାଁ ବୁଲି ତଦନ୍ତ କରିଥିଲେ । ଯେଉଁଥିରେକି ୨୩୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୪୪ଜଣ ୨ହଜାର ଲେଖାଏଁ ପାଇଥିବାସ୍ଥଳେ ୬୩ଜଣ ଅନୁଦାନ ପାଇ ନଥିବା ଓ ୨୨ଜଣ ହିତାଧିକାରୀଙ୍କ ଘରକୁ ତଦନ୍ତକାରୀ ଟିମ ଭେଟି ପାରି ନଥିବା ଦର୍ଶାଇଥିଲେ ବୋଲି ରିପୋର୍ଟ ଦେଇଥିଲେ । ପୁର୍ବତନ ପିଇଓ ନରହରି ନାକ ଅଗଷ୍ଟ ୨୦୨୧ରେ ୨ଲକ୍ଷ ୫୦ହଜାର ଓ ଅଗଷ୍ଟ ୨୦୨୨ରେ ୧ଲକ୍ଷ ୨୬ହଜାର ଏପରି ମୋଟ ୩ଲକ୍ଷ ୭୬ହଜାର ଉଠାଣ କରିଥିବାବେଳେ କେତେଜଣ ହିତାଧିକାରୀଙ୍କୁ ଏହି ଅନୁଦାନ ବଣ୍ଟନ ହୋଇଛି ତାର କୌଣସି ତଥ୍ୟ ଉଲେଖ ନଥିବା ନେଇ ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଦର୍ଶାଯାଇଛି । ଏହି ରିପୋର୍ଟ ଆଧାରରେ ଜିଲ୍ଲାପ୍ରଶାସନ ଚିଠିନଂ-୨୪୫୯ ତା ୨୬/୧୦/୨୦୨୨ରେ ସଂପୃକ୍ତ ଜିଆରଏସ ଓ ଅନ୍ୟ ଅଦôକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ବିଡିଓଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । କିନ୍ତୁ ଏପରି ଅଭିଯୋଗକୁ ଅସ୍ୱିକାର କରିଛନ୍ତି ପିଇଓ ନରହରି ନାୟକ । ସେ ଏହି ପଞ୍ଚାୟତରେ ୨୦୧୭ ଠାରୁ ଜୁନ ୨୦୨୧ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଅନୁଦାନ ଯୋଗାଇ ଦିଆଯାଇ ନଥିଲା । ଅନଲାଇନ ବ୍ୟବସ୍ଥା ହୋଇଯିବାରୁ ସେ ସମୟରେ ମୃତୁ୍ୟବରଣ କରିଥିବା ଲୋକମାନେ ପରେ ଅନଲାଇନରେ ଆବେଦନ କରି ପରବର୍ତ୍ତୀ ସମୟରେ ଅନୁଦାନ ଟଙ୍କା ନେଇଛନ୍ତି । ସେ ଦୁଇଟି ପର୍ଯ୍ୟାୟରେ ମୋଟ ୩ଲକ୍ଷ ୭୬ହଜାର ଟଙ୍କା ଉଠାଇ ଥିବାବେଳେ ସରପଞ୍ଚ ଓ ଜିଆରଏସଙ୍କ ଜରିଆରେ ୧୮୮ଜଣଙ୍କୁ ବଣ୍ଟନ କରିଛନ୍ତି । ଯାହାରକି ଭାଉଚର ତାଙ୍କ ନିକଟରେ ଅଛି । ଗୋଟିଏ ବି ଟଙ୍କା ଏପଟ ସେପଟ ହୋଇ ନଥିବା ସେ କହିଛନ୍ତି । କିନ୍ତୁ ବର୍ତ୍ତମାନ ଅନଲାଇନ ଚିଠା ମାଧ୍ୟମରେ ୨୩୦ଜଣଙ୍କର ତଦନ୍ତ କରାଯାଇଛି । ତନ୍ମଧ୍ୟରୁ ୧୪୪ଜଣ ୨ହଜାର କରି ସହାୟତା ପାଇଥିବାବେଳେ ଜଣେ ହଜାରେ ନେଇଥିବାବେଳେ ଆଉ ୬୩ଜଣ ଅନୁଦାନ ପାଇ ନାହାନ୍ତି ବୋଲି ରିପୋର୍ଟରେ ଉଲେଖ କରାଯାଇଛି ।କିନ୍ତୁ ଏହି ୬୩ଜଣଙ୍କ ମଧ୍ୟରୁ ୫୦ରୁ ଉର୍ଦ୍ଧ ଲେକ ପଇସା ନେଇଥିବା ବେଳେ ତଦନ୍ତ କାରୀ ଦଳ ପଇସା ନେଇଥିବା ବ୍ୟକ୍ତିଙ୍କୁ ନପଚାରି ଭିନ୍ନ ବ୍ୟକ୍ତିଙ୍କ ଘରକୁ ଯାଇ ପଚାରି ବୁଝି ରିପୋର୍ଟ ଦେଇଛନ୍ତି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ