ଜିଲାସ୍ତରୀୟ ଶିଶୁ ମହୋତ୍ସବ‘ମହକ’

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲାର ବିଭିନ୍ନ ସରକାରୀ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୨’ ସ୍ଥାନୀୟ ଉତ୍କଳ ବାଳାଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଜିଲାର ବିଭିନ୍ନ ଅଞ୍ଚଳରୁ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗଦେବା ସହ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ସାଙ୍ଗକୁ ଦୃଢ଼ ମନୋବଳ ସୃଷ୍ଟିରେ ଏହି ‘ମହକ’ କାର୍ଯ୍ୟକ୍ରମ ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗିରଥୀ ବାରିକ, ସଦସ୍ୟ ପଦ୍ମଲୋଚନ ଦତ୍ତ ଓ ଗୌରୀମଣି ଉପାଧ୍ୟାୟ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ସଂଯୁକ୍ତା ରାଉତ ସମସ୍ତଙ୍କୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, କୁଇଜ୍‌, ଏକକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରଭୃତି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉତ୍କଳ ବାଳାଶ୍ରମ ଓ ଅନ୍ୟାନ୍ୟ ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସମସ୍ତ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ମୁକ୍ତିକାନ୍ତ ପଣ୍ଡା, ସତ୍ୟରଞ୍ଜନ ସ୍ୱାଇଁ, ରଶ୍ମିରେଖା ସେନାପତି, ଦେବବନ୍ଧ୍ୟା ମହାପାତ୍ର, ରେମାଶ୍ରୀ ମହାନ୍ତି, ସୌମେଙ୍କୁ ଗିରି ଓ ପୁଷ୍ପଲତା ଜେନା ପ୍ରମୁଖଙ୍କ ସମେତ ଚାଇଲ୍ଡଲାଇନ ଓ ସିସିଆଇ କର୍ମଚାରୀ ଏବଂ ବାଳାଶ୍ରମର ତତ୍ତ୍ୱାବଧାରକମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ