ପରିବାର ପ୍ରତିପୋଷଣ କରିବା ପାଇଁ ଯାଇଥିବା କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଗଦାପୁର ଗ୍ରାମର ସୁରେଶ ନାୟକ(୪୨) ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଶ୍ରମିକ ଭାବେ କେରଳ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସୁରେଶ କିଛି ମାସ ହେବ ପରିବାର ପ୍ରତିପୋଷଣ କରିବା ପାଇଁ ଗଦାପୁର ଗ୍ରାମରୁ କେରଳ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ବୁଧବାର ସେ ଶୋଇଥିବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଥିବା ଖବର ପରିବାରର ଲୋକଙ୍କୁ ସେଠାରୁ ସୂଚନା ମିଳିଥିଲା । ମୃତ୍ୟୁର କାରଣ ଜଣା ପଡ଼ିନଥିବାରୁ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡ଼ିବ ବୋଲି କୁହାଯାଉଛି । ଗଦାପୁର ଗ୍ରାମରେ ସୁରେଶ ମୃତ୍ୟୁ ଖବର ପାଇ ପରିବାର ସହ ଗ୍ରାମ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କିପରି ଭାବରେ ତାଙ୍କ ମୃତ ଶରୀର ଗ୍ରାମକୁ ଆଣାଯିବ ସେ ନେଇ ପରିବାରର ଚିନ୍ତାରେ ଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ସମେତ ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ