କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବିଶିଷ୍ଠ ଅତିଥିଙ୍କ ମନ୍ତବ୍ୟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ସାଂସଦ କବି ପ୍ରସନ୍ନ ପାଟ୍ଟସାହାଣୀ କହିଲେ କେନ୍ଦ୍ରାପଡା ଅପୂର୍ବ କୀର୍ତିର ପୁଣ୍ୟପୀଠ । କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ମଣିଷ ତିଆରିରେ ସହାୟକ ହେଉ । କାରଣ ଆଜିର ଦୁନିଆରେ ଭଲ ମଣିଷର ଅଭାବ ରହିଛି । ଶହେ ହାତୀର ବଳଠାରୁ ସତ୍ୟର ବଳ ଅଧିକ । ସିଦ୍ଧ ବଳଦେବ ହେଉଛନ୍ତି ସତ୍ୟ ଆଉ ସ୍ୱଚ୍ଛତାର ପ୍ରତୀକ । ସେହି ପୀଠରେ ସତ୍ୟ ବଜାୟ ରହିବା ଏକାନ୍ତ ଅପରିହାର୍ଯ୍ୟ । ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ସଂପାଦକ ତଥା ସରକାରୀ ଓକିଲ ସଂଜୟ କୁମାର ଜେନା କେନ୍ଦ୍ରାପଡା ବାଲିଯାତ୍ରା ସଂପର୍କରେ ଆଲୋକପାତ କରିଥିବା ବେଳେ ପତ୍ରିକା ସଂପାଦକ ଶୁଭାଂଶୁ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ଏସ ସି ବି ମେଡିକାଲ କଲେଜ ନିରୋସର୍ଜରୀ ବିଭାଗର ସହକାରୀ ପ୍ରଫେସର ରବିନ୍ଦ୍ର ପଣ୍ଡା, ଜାତୀୟ ସାହିତ୍ୟ ମହୋତ୍ସବର ମୁଖ୍ୟ ସଂପାଦକ ପ୍ରଣବ ଛୋଟରାୟ, ପୂର୍ବତଟ ରେଳ ବିଭାଗର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ ନୈାବାଣିଜ୍ୟ ଓ କେନ୍ଦ୍ରାପଡା ସମ୍ପର୍କରେ ବାଖ୍ୟା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ଉପ ସଭାପତି ଧିରେନ୍ଦ୍ର ଦାସ, ମହେନ୍ଦ୍ର ଆଚାର୍ଯ୍ୟ, ସହ ସଂପାଦକ କିଶୋର ଚନ୍ଦ୍ର ପ୍ରଧାନ, ଶ୍ରୀଧର ମହାନ୍ତି, ମୃତ୍ୟଞ୍ଜୟ ମହାନ୍ତି, ସତ୍ୟବ୍ରତ ସିଂ, ଆଇନଜୀବୀ ବ୍ରଜ ସୁନ୍ଦର ରାଉତ, କବି କରୁଣାକର ଦାସ, ଟୁଟୁ ଗେରୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗବେଷକ ନିରଞ୍ଜନ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ । ନୃତ୍ୟ ଗୀତ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ୍ୱ ଜନସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ