ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପଞ୍ଚୁକବ୍ରତ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ମନ୍ଦିରରେ କାର୍ତ୍ତିକ ପଞ୍ଚୁକବ୍ରତ ଉଦଯାପିତ ହୋଇଯାଇଛି । ପଞ୍ଚୁକ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ଏହି ବ୍ରତ ପାଳନରେ ବହୁ ଦୁରଦୁରାନ୍ତରୁ ଆସିଥିବା ହବିଷ୍ୟାଳିମାନେ ଯାତ୍ରୀନିବାସରେ ରହି ଶ୍ରୀଜୀୟୁଙ୍କ ଅଁଳା ବେଢା ପରିକ୍ରମା କରିବା ସହ ସେମାନଙ୍କ ରାଇଦାମୋଦର ପୂଜା ଅତ୍ୟନ୍ତ ମନୋରମ ହୋଇଥିଲା । ତୁଳସୀକ୍ଷେତ୍ରରେ ଗରାପୁର ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ହବିଷ୍ୟାଳୀମାନଙ୍କ ପାଇଁ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ପାଇଁ ଏଭଳି ଆୟୋଜନ କରିଥିବାରୁ ହବିଷ୍ୟାଳୀମାନେ ଶ୍ରୀମାଙ୍କୁ କୃତଜ୍ଞତା ଅର୍ପଣ କରିବା ସହ ପ୍ରଭୁ ଶ୍ରୀବଳଦେବଜୀୟୁ ଶ୍ରୀମାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି କାମନା କରିଥିଲେ । ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅନୁଷ୍ଠିତ ପଞ୍ଚୁକବ୍ରତ ପାଳନ କରିବାକୁ ସମସ୍ତେ ଯାଇପାରୁନଥିବା ବେଳେ ଶ୍ରୀମା’ଙ୍କ ତୁଳସୀକ୍ଷେତ୍ରରେ ଏଭଳି ଆୟୋଜନ ହବିଷ୍ୟାଳୀମାନଙ୍କୁ ବ୍ରତ ପାଳନ ପାଇଁ ସୁଯୋଗ ପ୍ରଦାନ କରିପାରିଛି । ଏହି ଅବସରରେ କେନ୍ଦ୍ରାପଡା ବିଧାୟକ କେନ୍ଦ୍ରାପଡାରେ ହବିଷ୍ୟାଳୀଙ୍କ ପାଇଁ ତୁଳସୀ ଭବନ ନିର୍ମାଣ ପାଇଁ ପ୍ରତିଶୃତିକୁ ସମସ୍ତେ ସ୍ୱାଗତ କରିଛନ୍ତି । ଉଦଯାପନୀ ଉତ୍ସବରେ ଶ୍ରୀମାଙ୍କ ସମେତ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପ୍ରାକ୍ତନ ନଗରପାଳ ରୋସ୍ନା ସାହୁ, ସ୍ୱାମୀ ବିକାଶା ନନ୍ଦ, ସ୍ୱାମୀ ଲୋକାତିତା ନନ୍ଦ, କ୍ଷୀରୋଦ ନାଥ, ମନ୍ଦିର ପରିଚାଳନା ଟ୍ରଷ୍ଟର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ନୃସିଂହ ତ୍ରିପାଠୀ, ଅମୂଲ୍ୟ ସାମନ୍ତରାୟ, ସୁମନ୍ତ ଭୂୟାଁ, ରମେଶ ଚନ୍ଦ୍ର ସାହୁ, ସୁମିତ୍ରା ପାଢୀ, ନିରଞ୍ଜନ ମେକାପ, ମନୋରଞ୍ଜନ ତ୍ରିପାଠୀ, ଦୈା୍ରପଦୀ ରାଉତ, ସ୍ୱପ୍ନା ସିଂ, ପୁନମ ନାୟକ, ଦୟାନନ୍ଦ ବାରିକ, ମନୋରଞ୍ଜନ ଦାସ, ସୁବନି ସାହୁ, ଦିଲ୍ଲିପ ସାହୁ, ଶ୍ରୀଚରଣ ସାମଲ, ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ