ବେଲଗୁଣ୍ଠାରେ ବିଶ୍ୱ ନିମୋନିଆ ଦିବସ ପାଳିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଚିକିତ୍ସା ବିଜ୍ଞାନର ବହୁ ଉନ୍ନତି ଘଟିଥିଲେ ମଧ୍ୟ ସାଂପ୍ରତିକ ସମୟରେ ଜନ୍ମରୁ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ମୃତ୍ୟୁହାର ରାଜ୍ୟରେ ଚିନ୍ତାଜନକ ରହିଛି I ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟକୁ ନିମୋନିଆ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ନିମୋନିଆ ଦିବସ ପାଳନ କରାଯାଉଛି I ଏହି ଅବସରରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେଂଦ୍ର ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବ୍ଳକ୍ ର ବିଭିନ୍ନ ସ୍ଵାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ନିମୋନିଆ ଦିବସ ପାଳନ କରାଯାଇଛି I ଗାଙ୍ଗପୁରରେ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡ଼ାକ୍ତର ପାଣ୍ଡବ ସ୍ୱାଇଁ , ବୋରୀରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ମନ୍ଦାକିନୀ ସମୁଦ୍ର, ପାଇଲିପଡ଼ାରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡ଼ାକ୍ତର ସରୋଜ ପ୍ରଧାନ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ଶୁଭ୍ରମନ୍ୟୁ କର ,ବଡ଼ ବୋର୍ସିଂରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ନିମୋନିଆ ଦିବସ କାର୍ଯ୍ୟକ୍ରମରେ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଛୁଆଙ୍କ ମାଆ ମାନଙ୍କୁ ନିମୋନିଆ ରୋଗ ସମ୍ପର୍କରେ ସଚେତନ କରାଯିବା ସହିତ ଛୁଆ ମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥିଲା I କାର୍ଯ୍ୟକ୍ରମରେ ଆଶା, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ I ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା କାର୍ଯ୍ୟକ୍ରମ ଗୁଡ଼ିକର ସଂଯୋଜନା କରିଥିଲେ I


