ରୟାଲ ଏନ୍ଫିଲ୍ଡ ପକ୍ଷରୁ ବୁଲେଟ୍ ଟ୍ରାଏଲ୍ସର ଦୁଇ ମଡେଲ୍

ନୂଆଦିଲ୍ଲୀ, (ଏଜେନ୍ସି): ଆନ୍ତର୍ଜାତୀୟ ଛଅ ଦିନିଆ ଟ୍ରାଏଲ୍ସରେ ରୟାଲ ଏନ୍ଫିଲ୍ଡ ପକ୍ଷରୁ ଜନି ବ୍ରିଟେନ୍ଙ୍କୁ ଶ୍ରଦ୍ଧାଞ୍ଜଳି ଭାବେ ବୁଲେଟ୍ ଟ୍ରାଏଲ ୱାର୍କସ ରେପ୍ଲିକା ୨୦୧୯ର ଶୁଭାରମ୍ଭ କରାଯାଇଛି । ବୁଲେଟ ଟ୍ରାଏଲ୍ସ ୫୦୦ସିସି ଏବଂ ୩୫୦ସିସିରେ ଭାରତରେ ଉପଲବ୍ଧ ହେବାକୁ ଯାଉଛି, ଯାହାକି ସ୍ୱତନ୍ତ୍ର ଡିଜାଇନ ଏବଂ ଉକ୍ତୃଷ୍ଟ ବୈଶିଷ୍ଟ୍ୟ ଯୁକ୍ତ । ଏକ୍ସ-ସୋରୁମରେ ବୁଲେଟ ଟ୍ରାଏଲ୍ସ ୫୦୦ର ମୂଲ୍ୟ ୨,୦୭,୧୦୪ ଟଙ୍କା ରହିଥିବାବେଳେ ବୁଲେଟ୍ ଟ୍ରାଏଲ୍ସ ୩୫୦ର ମୂଲ୍ୟ ୧,୬୨,୩୪୫ ଟଙ୍କା ରହିଛି । ଦେଶରେ ଏହି ବୁଲେଟ ଟ୍ରାଏଲ୍ସର ବୁକିଙ୍ଗ ଆରମ୍ଭ ହେବାକୁ ଯାଉଛି । ଏହାକୁ ମଧ୍ୟ ଙ୍ଗଙ୍ଗଙ୍ଗ.କ୍ସକ୍ଟଚ୍ଚବକ୍ଷରଦ୍ଭଲସରକ୍ଷୟ.ମକ୍ଟଜ୍ଞରେ ବୁକ କରାଯାଇପାରିବ । ନୂଆ ବୁଲେଟ୍ ଟ୍ରାଏଲ୍ସରେ ପ୍ରମୁଖ ଫିଚର ଟାୟାର ସହିତ ବିକଶିତ ଅଫ୍ ରୋଡ଼୍ ଗ୍ରିପ ପାଇଁ ବ୍ଲକ୍ ଟ୍ରେଡ଼୍ ପାର୍ଟନ ଏବଂ ଏକ ସୁଦୃଢ ହ୍ୟାଣ୍ଡେଲ ବାର ସହିତ କ୍ରସ-ବ୍ରାସ ରହିଛି । ଏହି ମୋଟରସାଇକେଲରେ ବିକଶିତ ଗ୍ରାଉଣ୍ଡ କ୍ଲିୟରାନ୍ସ ପାଇଁ ବର୍ଦ୍ଧିତ ସାଇଲେନ୍ସର ସହିତ ଡୁଆଲ ଚ୍ୟାନେଲ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ (ଏବିଏସ) ମଧ୍ୟ ରହିଛି । ବୁଲେଟ ଟ୍ରାଏଲ୍ସରେ ଟ୍ରିମଡ ମଡଗାର୍ଡ, ସିଙ୍ଗଲ ସିଟ ଏବଂ ଲଗେଜ କ୍ୟାରିୟର ରହିଛି । ସେଥିରେ ୫ଟି ସ୍ୱତନ୍ତ୍ର ମୋଟରସାଇକେଲ ଆସବାବ ରହିଛ । ଚଳିତ ବର୍ଷ ଉକ୍ତ ବୁଲେଟ୍ ଟ୍ରାଏଲ୍ସ ବିଶ୍ୱସ୍ତରରେ ସମସ୍ତ ମୁଖ୍ୟ ବଜାର ଗୁଡିକରେ ଶୁଭାରମ୍ଭ କରାଯିବ । ବୁଲେଟ ଟ୍ରାଏଲ୍ସ ୨୦୧୯ ମୋଟରସାଇକେଲ ୧୯୪୮-୧୯୬୫ ମଧ୍ୟରେ ୫୦ରୁ ଅଧିକ ଚାମ୍ପିୟାନସିପ୍ ଜିତିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ