କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ବାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ରଥର ଶୁଭାରମ୍ଭ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଗତକାଲି ୧୬.୧୧.୨୦୨୨ ରିଖ ଦିନ ସକାଳ ୯ ଘଣ୍ଟା ସମୟରେ ଗୋଟିଏ ପୋଷ୍ୟ ସନ୍ତାନ ସଚେତନତା ରଥ ର ଶୁଭାରମ୍ଭ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କରାଯାଇ ଥିଲା । ଏହି ରଥ ଜିଲ୍ଲା ସାରା ବୁଲି ଲୋକ ମାନଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ସଚେତନତା ସୃଷ୍ଟି କରିବ । ଏହି ରଥ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରୁ ଶୁଭାରମ୍ଭ କରା ଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ,କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉଦ୍ ଘାଟନ ଉତ୍ସବରେ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ରାଜେଶ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ, ସୁଶାନ୍ତ ବୋଇଦାର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ, ରାଜ ଲକ୍ଷ୍ମୀ ଦାସ ଓ ବାଲ ଗୋପାଲ ସେବା ନିକେତନର ସମ୍ପାଦକ ହେମନ୍ତ ମୁଣ୍ଡ ଉପସ୍ଥିତ ଥିଲେ । ଉତ୍ସବରେ ବାଲ ଗୋପାଲ ସେବା ନିକେତନର ଅନ୍ତେବାସୀ ମାନେ ଘୁମୁରା ବାଦ୍ୟ ପରିବେଷଣ କରି ରଥକୁ ସ୍ଵାଗତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଯଥା ଅଂଶୁମାନ ବାବୁ , ଶୁଭାଶିଷ ପାଣିଗ୍ରାହୀ, ପ୍ରତୀକ ପଟ୍ଟନାୟକ, ସୁଧାଂଶୁ ଶେଖର ମହାପାତ୍ର, ଅବିନାଶ ତ୍ରୀପାଠୀ, ମଣ୍ଟୁ ନାୟକ ଯୋଗ ଦେଇ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ