ବିକାଶ ବାର୍ଷିକ କ୍ରିଡା ଉତ୍ସବ ୨୦୨୨ ଉଦଯାପିତ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ବିକାଶ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ଭବାନୀପାଟଣା ସ୍ଥିତ ଓ୍ବିସଡମ୍ ପାର୍କ ପରିସରରେ ୫ ଦିନ ଧରି ଆୟୋଜିତ ଆନୁଆଲ୍ ଆଥେଲେଟିକ୍ସ ମିଟ୍ ୨୦୨୨ ଉଦଯାପିତ ହୋଇଯାଇଛି।ଉଦଯାପନୀ ଉତ୍ସବରେ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ କଳାହାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାର୍ଥିମାନଙ୍କ ସାମଗ୍ରିକ ବିକାଶ ପାଇଁ ଶାରୀରିକ ବିକାଶ ମଧ୍ୟ ଗୁରୁତ୍ୱପୁର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ବିକାଶ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ର ନିର୍ଦ୍ଦେଶକ ଡି ଶ୍ୟାମ,ଡି ରାମ କୁମାର,ପରିଚାଳନା ନିର୍ଦ୍ଦେଶକ ଡି ବିଜୟା,ଯୁକ୍ତ ତିନିର ବିଜ୍ଞାନ ଅଧ୍ୟକ୍ଷ ଶ୍ରୀ ଆଦିତ୍ୟ ପଟ୍ଟନାୟକ,ବି ଏସ୍ ସି ନର୍ସିଂ ର ଅଧ୍ୟକ୍ଷ କେ ଜୟଶ୍ରୀ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରୀଯୁକ୍ତ ଯୁବରାଜ ନାୟକ,ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଶୁଶ୍ରୀ ଆରତୀ ମିଶ୍ର ଯୋଗଦେଇଥିଲେ।ପରିଶେଷରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ମନରେ ଅପୁର୍ବ ଉଲ୍ଲାସ ସହ ଅପୂର୍ବ କ୍ରୀଡା ପ୍ରଦର୍ଶନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀଣ କୁମାର, ମନୋଜ ବିଶ୍ବାଳ,ସଚିନ ନାଏକ ,ଆଶିଷ ପ୍ରଧାନ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


