କଲେଜ୍‌ ଛାତ୍ରୀଙ୍କୁ ରାଗିଂ ଘଟଣା, ୫ ଛାତ୍ରଙ୍କୁ ଗିରଫ କଲା ପୋଲିସ୍‌

ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛତ୍ରୀ ରାଗିଂ ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି । ଗତକାଲି ଉକ୍ତ ଘଟଣାରେ ୨ ଛାତ୍ର ଗିରଫ ହୋଇଥିବା ବେଳେ ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ୫ ଜଣ ଛାତ୍ରଙ୍କ ମଧ୍ୟରୁ ୨ ନାବାଳକ ଥିବା ଏସପି କହିଛନ୍ତି । ଦୁଇ ନାବାଳକଙ୍କୁ ଜୁଭେନାଇଲକୁ ହସ୍ତାନ୍ତର କରାଯିବା ନେଇ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ. ସୂଚନା ଦେଇଛନ୍ତି ।ସୂଚନା ଥାଉକି ଗତକାଲି ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଥିଲା । କଲେଜର କିଛି ଛାତ୍ରଛାତ୍ରୀ କଲେଜ ଡ୍ରେସ ପିନ୍ଧି ଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଏଥିରେ ଦେଖିବାକୁ ମିଳିଥିଲା । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳିଥିଲା ।ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଏଥିରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଲିସ ସଂପୃକ୍ତ ଛାତ୍ରକୁ ଅଟକ ରଖିଥିଲା । ସଂପୃକ୍ତ ଛାତ୍ରଙ୍କ ନାମରେ ଆଗରୁ ଏକାଧିକ ମାମଲା ଥିବା ସୂଚନା ମିଳିଥିଲା । ଛାତ୍ର ଜଣଙ୍କ ଉକ୍ତ କଲେଜ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ହୋଇଥିବା ବେଳେ ଏଥିରେ ସଂପୃକ୍ତ ସମସ୍ତ ବିଷୟକୁ ନେଇ ପୋଲିସ୍‌ ଖୋଳତାଡ କରି ୫ ଛାତ୍ରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ