ଡ଼ାକ ବିଭାଗର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ପତ୍ନୀ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସହରର କାକଟ ଗ୍ରାମର ଅବସରପ୍ରାପ୍ତ ଡ଼ାକ ବିଭାଗର ପ୍ରଶାସନିକ ଅଧିକାରୀ ଶାରଦା ପ୍ରସାଦ ଦାସଙ୍କ ଧର୍ମପତ୍ନୀ ଆଭାସିନୀ ଦାସଙ୍କର ୫୭ବର୍ଷ ବୟସରେ ଗତ ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । ଜୀବନବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସେ ଥିଲେ ସମର୍ପିତ । ଅସୁସ୍ଥତା ସତ୍ତ୍ୱେ ଆଭାସିନୀ ଦେବୀ ହୁଇଲ ଚେୟାରରେ ଯାଇ ଗତ ୧୦ତାରିଖ ଗୁରୁବାର ପୁରୀ ଶ୍ରୀମନ୍ଦିରରେ ଚତୃଦ୍ଧାମୂର୍ତ୍ତି ଙ୍କ ଦିବ୍ୟ ଦର୍ଶନ ଲାଭ କରିଥିଲେ ଏବଂ ତା’ ପର ଗୁରୁବାରରେ ସେ ଇହଲୀଳା ସମ୍ବରଣ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ଆଦର୍ଶ ଶିକ୍ଷକ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସ ଙ୍କର ସେ ଥିଲେ ଜ୍ୟେଷ୍ଠା ପୁତ୍ରବଧୂ । ତାଙ୍କର ନିଷ୍ଠାପର,ଧର୍ମପ୍ରାଣ, ସ୍ନେହୀ, ଅମାୟିକ ବ୍ୟକ୍ତିତ୍ୱ ପାଇଁ ସେ ସବୁରି ପ୍ରିୟ ହୋଇପାରିଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା , ଆଇନଜୀବି ସଞ୍ଜୟ କୁମାର ଜେନା, ଗଗନ ବିହାରୀ ଦାସ, ପ୍ରଦିପ କୁମାର ଦାସ, ଧିରେନ୍ଦ୍ର କୁମାର ଦାସ, ଉମାକାନ୍ତ ସିଂ, ଯଯାତିକେଶରୀ ଦାସ, ଗଗନ ବିହାରି ଜେନା, ସତ୍ୟବ୍ରତ ସିଂ, ସତ୍ୟପ୍ରିୟ ଦାସ ପ୍ରମୁଖ ବହୁ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଥିଲେ । ସେହି ରାତିରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପରିବାରର ଶାରଦା ପ୍ରସାଦ ଦାସ, ଇଂ.ଭାଗବତ ପ୍ରସାଦ ଦାସ, ଅମ୍ବିକା ପ୍ରସାଦ ଦାସ, ହିମାଂଶୁ ଶେଖର ସାମଲଙ୍କ ସହିତ ଉମାକାନ୍ତ ସିଂହ, ଭୁବନ ମୋହନ ଦାସ, ଅକ୍ଷୟପ୍ରିୟ ଦାସ, ରମେଶ ଚନ୍ଦ୍ର ଦାସ, ନିରଞ୍ଜନ ପଣ୍ଡା, କୃଷ୍ଣ ପ୍ରସାଦ ଦାସ, ଯଜାତି ମହାନ୍ତି ପ୍ରମୁଖ କେନ୍ଦ୍ରାପଡ଼ାର ବହୁ ବ୍ୟକ୍ତି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ