କୋଣାର୍କ ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ, ପ୍ରାଣୀ ଚିକିତ୍ସକ ନାମକୁ ମାତ୍ର ଆଟେଣ୍ଡାଣ୍ଟ ସର୍ବେସର୍ବା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଥିବା ପ୍ରାଣୀ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ପ୍ରାଣୀ ଚିକିତ୍ସକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କ୍ଷେତ୍ର ସ୍ତରରୁ ଆସୁଥିବା ଅଭିଯୋଗ ଆଧାରରେ ସଂପୃକ୍ତ ସ୍ଥାନକୁ ନ ଯାଇ ଅଫିସରେ କାର୍ଯ୍ୟ କରୁଥିବା ଆଟେଣ୍ଡାଣ୍ଟଙ୍କ ଦ୍ବାରା ଚିକିତ୍ସା ସେବା କରାଉଥିବା କୋଣାର୍କ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଖବରରୁ ପ୍ରକାଶ ଯେ ଗତ କିଛି ଦିନ ହେଲା ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୋଣାର୍କ ସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ଗାଈଗୋରୁ ସମେତ ବିଭିନ୍ନ ପ୍ରାଣୀ ମାନଙ୍କ ଚିକିତ୍ସା ନିମନ୍ତେ ଆସୁଥିବା ଔଷଧ ଉପଭୋକ୍ତା ମାନଙ୍କୁ ଦିଆ ନ ଯାଇ ଅଫିସରେ ଅବସ୍ଥାପିତ ଆଟେଣ୍ଡାଣ୍ଟ ସେଗୁଡିକ ବ୍ୟବହାର କରି ଗ୍ରାମାଞ୍ଚଳର ଗରିବ ନୀରିହ ଲୋକ ମାନଙ୍କ ଗାଈଗୋରୁ ସେବା କରିବା ନାଁରେ ବେଆଇନ ଭାବେ ଅର୍ଥ ଉପାର୍ଜନ କରୁଥିବା କୋଣାର୍କ ଅଞ୍ଚଳର ପଶୁପ୍ରେମୀ ଓ ପରିବେଶବିତ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜ୍ୟ ସରକାରଙ୍କ ପଶୁ ସମ୍ପଦ ବିକାଶ ବିଭାଗ ଗ୍ରାମାଞ୍ଚଳରେ ଗାଇଗୋରୁଙ୍କ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ କୋଣାର୍କ ପ୍ରାଣୀ ଚିକିତ୍ସାଳୟକୁ ଔଷଧ ସାମଗ୍ରୀ ଯୋଗାଣ କରୁଥିବା ବେଳେ ଦାୟିତ୍ବରେ ଥିବା ପ୍ରାଣୀ ଚିକିତ୍ସକଙ୍କ ଇସାରାରେ ଏହି ଅଫିସର ଆଟେଣ୍ଡାଣ୍ଟ ସେଗୁଡିକର ଉପଯୋଗ କରି ନିଜର ଫାଇଦା ଉଠାଇବାରେ ଲାଗି ପଡିଥିବା ଉପଭୋକ୍ତା ମହଲରେ ଆଲୋଚନା ହେଉଛି। କୋଣାର୍କ ପ୍ରାଣୀ ଚିକିତ୍ସାଳୟକୁ କୌଣସି ଉପଭୋକ୍ତା ମାନେ ଗାଇଗୋରୁଙ୍କ ଚିକିତ୍ସା ନିମନ୍ତେ ବିଭାଗର ନିଶୁଳ୍କ ଫୋନ ନମ୍ବର ମାଧ୍ୟମରେ ଫୋନ କଲେ ମଧ୍ୟ ଏଠାରେ ନିଯୁକ୍ତି ପାଇଥିବା ପ୍ରାଣୀ ଚିକିତ୍ସକ ଆଟେଣ୍ଡାଣ୍ଟ ଯାଇ ଦେଖି ଆସିବ ବୋଲି କହି ସଂପୃକ୍ତ ଗୋ ଉପଭୋକ୍ତା ମାନଙ୍କ କଥାକୁ ଅଣଦେଖା କରୁଥିବା ଜଣେ ଉପଭୋକ୍ତା ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏହି କାରଣରୁ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଥିବା ପ୍ରାଣୀ ଚିକିତ୍ସାଳୟ ସ୍ବାସ୍ଥ୍ୟ ସେବା ଉଦବେଗଜନକ ହୋଇପଡିଛି। କୋଣାର୍କ ଭଳି ଐତିହ୍ୟ ସଂପନ୍ନ ପର୍ଯ୍ୟଟନ ସ୍ଥଳୀରେ ଜଣେ ଦାୟିତ୍ବ ସଂପ୍ନନ ପୁରୁଖା ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ସରକାରୀ ଔଷଧର ଉପଯୋଗ କରି ଗରିବ ଓ ଅସହାୟ ଗୋ ଉପଭୋକ୍ତା ମାନଙ୍କୁ ଆର୍ଥିକ ଶୋଷଣ କରୁଥିବା ଆଟେଣ୍ଡାଣ୍ଟଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ୫ଟିସଚିବ, ପଶୁ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ, ପଶୁ ସମ୍ପଦ ବିଭାଗର ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ ଓ ପୁରୀ ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସାଧିକାରୀ ଦୃଷ୍ଟି ଦେଇ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ପଶୁ ପ୍ରେମୀ, ପରିବେଶବିତ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।


