ବନ୍ଦ ହେଲା ସୋରଡା ବ୍ଲକ ର ୨୬ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଥିବା ୨୫୮ ଟି ଅଙ୍ଗନ୍ବାଡି କେନ୍ଦ୍ର
ସୋରଡା, (ରଜନୀକାନ୍ତ ମହାପାତ୍ର):ସୋମବାର ଠାରୁ ବନ୍ଦ ରହିଲା ସୋରଡା ବ୍ଲକ ର ୨୬ପଞ୍ଚାୟତ ର ବିଭିର୍ଣ୍ଣ ଗ୍ରାମରେ ଥିବା ୨୫୮ ଟି ଅଙ୍ଗନ୍ବାଡି କେନ୍ଦ୍ର । ପ୍ରଭାବିତ ହେବେ ୭୦୦୦ ରୁ ଉର୍ଦ୍ଧ ଶିଶୁ । ସରକାରଙ୍କୁ ବାରମ୍ବାର ଅଭିଯୋଗ ସତ୍ବେ ଅଙ୍ଗନ୍ବାଡି କର୍ମୀ ମାନଙ୍କ ସମସ୍ଯା ସମାଧାନ କରାଯାଉନଥିବା ରୁ ଅଲ ଓଡିଶା ଲେଡିଜ ୱାର୍କର ଆସୋସିଏସନ ନିସ୍ପତି ରେ ସମସ୍ତ ୨୫୮ଜଣ କର୍ମୀ ଓ ୨୫୮ ସହାୟିକା ସୋମବାର ଭୁବନେଶ୍ବର ରେ ଯିବେ ଧାରଣା ଦେବାକୁ । ସମସ୍ତ ବିଭାଗର କର୍ମଚାରୀ ଙ୍କୁ ସୁବିଧା ମିଳୁଥିବା ବେଳେ ଆମକୁ ବୈମାତୃକ ମନୋଭାବ କରାଯାଉଛି । ଦେୟ ବୃଦ୍ଧି ଓ ଅବସର କାଳୀନ ସହାୟତା ରାଶି ବୃଦ୍ଧି କରିବାକୁ ଦାବି କରାଯାଇଛି । ସୋମବାର ଠାରୁ କେନ୍ଦ୍ର ବନ୍ଦ ଅନିର୍ଦ୍ଧିଷ୍ଠ କାଳ କାର୍ଯ୍ୟ ବନ୍ଦ କରିବା ସହ ମଙ୍ଗଳବାର ଠାରୁ ସିଶୁ ବିକାଶ କାର୍ଯ୍ୟ।ଳୟ ସମୁଖର ଧାରଣା ଦେବୁ ବୋଲିକୁହାଯାଇଛି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ,ସିଶୁ ବିକାଶ ମନ୍ତ୍ରୀ ,ବିଭାଗୀୟ ନିର୍ଦେଶକ,ଜିଲ୍ଲାପାଳ ,ଉପଜିଲାପାଳ ଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି


