ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଦେଲେ ୨୨୦୦ ପରୀକ୍ଷାର୍ଥୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ୨ଟି ନୋଡାଲ ସେଣ୍ଟର ଅଧିନରେ ଥିବା ୧୩ ପରୀକ୍ଷା କେନ୍ଦ୍ରରେ ଦଶମ ଓ ମଧ୍ୟମା ଶ୍ରେଣୀର ମୋଟ ୨୨୦୦ ପରୀକ୍ଷାର୍ଥୀ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଦେଇଥିବା ଜଣାଯାଇଛି । ଦଶମରେ ୨୧୨୦ ଓ ମଧ୍ୟମାରେ ୮୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଦଶମରେ ୫୪ ଓ ମଧ୍ୟମାରେ ୧୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାଯାଇଛି । ବନ୍ତ ହାଇସ୍କୁଲ ନୋଡାଲ ସେଣ୍ଟର ଅଧିନରେ ଥିବା ୭ ପରୀକ୍ଷା କେନ୍ଦ୍ରରେ ମୋଟ ୧୨୪୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୨୧ ଓ ମଧ୍ୟମାରେ ୭୪ ପରୀକ୍ଷାର୍ଥୀ ମଧ୍ୟରୁ ୬୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଆଗରପଡାସ୍ଥିତ ସରକାରୀ ବାଳିକା ହାଇସ୍କୁଲ ନୋଡାଲ ସେଣ୍ଟ ଅଧିନରେ ଥିବା ୬ ପରୀକ୍ଷା କେନ୍ଦ୍ରରେ ଦଶମରେ ୯୨୭ ପରୀକ୍ଷାର୍ଥୀ ମଧ୍ୟରୁ ୮୯୯ ଓ ମଧ୍ୟମାରେ ୧୮ରୁ ୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ବନ୍ତ ନୋଡାଲ ସେଣ୍ଟର ଦାୟୀତ୍ୱରେ ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଦତ୍ତ ଥିବା ବେଳେ ଆଗରପଡାସ୍ଥିତ ସରକାରୀ ବାଳିକା ହାଇସ୍କୁଲ ନୋଡାଲ ସେଣ୍ଟରରେ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାୟକ ନୋଡାଲ ଅଫିସର ଭାବେ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ