୬ଦିନ ହେଲା ଅଙ୍ଗନବାଡିରେ ତାଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):୮ଦଫା ଦାବିନେଇ ଅଲ ଓଡିଶା ଅଙ୍ଗନବାଡି ୱାର୍କରର୍ସ ଆସୋସିଏସନ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ୫ଦିନ ହେଲା ହାଟଡିହି ବ୍ଲକର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ବିକ୍ଷୋଭ ଓ ଧାରଣା କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସେପଟେ ବ୍ଲକରୁ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଭୁବନେଶ୍ୱର ଧାରଣାରେ ବସିଥିବାବେଳେ ଏଠାରେ ମଧ୍ୟ ଶତାଧିକ କର୍ମୀ ଓ ସହାୟିକା ଧାରଣାରେ ବସିରହିଛନ୍ତି । ବିଶେଷକରି ୨୦୧୮ ଆନେ୍ଦାଳନ ସମୟରେ ବିସ୍କୃତ ହୋଇଥିବା ୬ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃନିଯୁକ୍ତି, ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ଯେତେଦିନ ମାନ୍ୟତା ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ କର୍ମମାନଙ୍କୁ ୧୮ହଜାର ଓ ସହାୟିକା ମାନଙ୍କୁ ୯ହଜାର ଟଙ୍କା ସହିତ ଇପିଏଫ, ଇ.ଏକ.ଆଇ.ସି ଓ ଗ୍ରାଚୁଇଟିରେ ସାମିଲ କରାଯିବା, ମିନି ଅଙ୍ଗନବାଡି ଉଚ୍ଛେଦ କରି ମିନି ଅଙ୍ଗନବାଡି କର୍ମୀ ମାନଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀର ମାନ୍ୟତା ଦେବା, ଅଙ୍ଗନବାଡି କର୍ମଚାରୀ ଓ ସହାୟିକା ମାନଙ୍କୁ ଅବସରକାଳୀନ ସହାୟତା ରାଶି ୫ଲକ୍ଷ ଓ ମାସିକ ପେନସନ ପ୍ରଦାନ କରିବା, କାର୍ଯ୍ୟରତ ଅବସ୍ଥାରେ ମୃତୁ୍ୟବରଣ କଲେ ୫ଲକ୍ଷ ସହିତ ଜଣକୁ ସରକାରୀ ଚାକିରୀ, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦେବା ଓ ପୋଷଣ ଟ୍ରାକରରେ ଅନଲାଇନ ଲୋକେସନକୁ ବନ୍ଦ କରିବା, ନୁତନ ଶିକ୍ଷାନୀତି ଓ ଯୋଗ୍ୟତା ଆଧାରରେ ବୟସସୀମା ନରଖିସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀର ମାନ୍ୟତା, ଶତକଡା ୫୦ଭାଗ ଅଙ୍ଗନବାଡି କର୍ମୀଙ୍କୁ ପଦୋନ୍ନ୍ତି ଦିଆଯାଉଥିବାବେଳେ ଆଉ ୫୦ଭାଗ କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତୀ ଦେବା ଆଦି ୮ଦଫା ଦାବି କରିଛନ୍ତି । ଏହି ଆନେ୍ଦାଳନ ଯୋଗୁଁ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ ମିନି ଅଙ୍ଗନବାଡି କେନ୍ଦ୍ରରେ ଅଜକୁ ୬ଦିନ ହେଲା ତାଲା ଝୁଲୁଛି । ଗାଁ ଗହଳିରେ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଚାଲୁଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଠିକ ମଧ୍ୟ ଠପ ହୋଇ ଯାଇଛି । ଏହି ବିକ୍ଷୋଭ ଓ ଧାରଣାରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି କାମପାଳ ନାୟକ, ଅଙ୍ଗନବାଡି ସଂଘ ସଭାପତି କନକଲତା ସାମଲ, ସମ୍ପାଦିକ କନକ ଲତା ଜେନା, କୋଷାଧ୍ୟକ୍ଷ ସତ୍ୟଭାମ ଖଟୁଆ, ଉପସଭାପତି ଝରଣା ସ୍ୱାଇଁ, ସେକ୍ଟର ଲିଡ ମଞ୍ଜୁଲତା ବିଶ୍ୱାଳ, ମଞ୍ଜୁଲତା ମଲ୍ଲିକ, ଗାୟତ୍ରୀ ବେହେରା, ଅବନ୍ତି ବିଶ୍ୱାଳ, ବାସନ୍ତୀଲତା ରାଉତ, ପ୍ରମିଳା ସେନାପତି, ଗୀତା ଚଇନି, ସରୋଜିନି ପାଢ଼ୀ, ମିନତୀ ବେହେରା, ସତ୍ୟଭାମା ବିଶ୍ୱାଳଙ୍କ ସମେତ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ