ଜଙ୍ଗଲ କାଟି ଜମିକୁ ଜବର ଦଖଲ
ମୋହନା, (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ବ୍ଲକ ଠାରୁ ୧ କମି ଦୂରରେ ଥିବା ଜଙ୍ଗଲକୁ ଏକ ଏନଜିଓ ସଂସ୍ଥା ସହ ଯୋଡି ବୃଦ୍ଧାଶ୍ରମ ଗଛ ଲଗାଇବା ବାହାନାରେ ଛୋଟ ବଡ ସମସ୍ତ ବୃକ୍ଷ କାଟି ଜଙ୍ଗଲକୁ ନଷ୍ଟ କରିଦେଇଛନ୍ତି ସରକାରୀ କର୍ମଚାରୀ । ଏହି ଘଟଣା ବାରମ୍ବାର ଘଟୁଥିବାରୁ ଗୁରୁବାର ବନବିଭାଗ ଅଧିକାରୀ କଳ୍ପନା ନାୟକ , ଅଭିରାମ ମହାନ୍ତି , ସନ୍ତୋଷ ବିଷୋୟୀ ରତ୍ନ ଓ ବନ ସୁରକ୍ଷା ଅଧିକାରୀ ମନ୍ମଥ ମିଶ୍ର ଗଛ କାଟୁଥିବା ସମୟରେ ଉକ୍ତ ସ୍ଥାନରେ ପହଞ୍ଚି ଗଛ କଟାକୁ ବନ୍ଦ କରିବା ସହ ଉକ୍ତ ବ୍ୟକ୍ତିଙ୍କୁ ବନ ବିଭାଗ କାର୍ଯ୍ୟାଳୟକୁ ଡକାଯାଇଥିଲା । ଉକ୍ତ ବ୍ୟକ୍ତି ଜଣକ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଥିବାରୁ ସେମାନଙ୍କୁ ମଧ୍ୟ ଡକାଯାଇଥିଲା । କିନ୍ତୁ । କୌଣସି ବ୍ୟକ୍ତି ବନ ବିଭାଗ କାର୍ଯ୍ୟାଳରେ ପହଞ୍ଚି ନଥିବାରୁ ଏହାର ତଦନ୍ତ କରି ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଳ୍ପନା ନାୟକ କହିଛନ୍ତି । ଅନ୍ୟପକ୍ଷରେ ଉକ୍ତ ଜାଗାରେ ବନ ବିଭାଗ ପକ୍ଷରୁ ୧୦୦ଟି ଚାରା ରୋପଣ କରାଯିବ ବୋଲି ସୂଚନା ମିଳିଛି ।