ତାମିଲନାଡୁରେ ଓଡିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତୁ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ତାମିଲନାଡୁରେ କାମ କରୁଥିବା ଜଣେ ଓଡିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତୁ୍ୟ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ସମଣା ପଞ୍ଚାୟତ ଆଗିରିଆ ଗ୍ରାମର କାହ୍ନୁ ଚରଣ ଜେନା (୪୦) ନାମକ ଜଣେ ବ୍ୟକ୍ତି ତାମିଲନାଡୁର କୋଏମ୍ବାଟୁରରେ ଗାଡି ଚାଳକ ଭାବେ ଏକ କ୍ରସର ୟୁନିଟରେ କାମ କରୁଥିଲା । ଗତକାଲି ଅପରାହ୍ନରେ ସେ ଚିପିସ ନେଇ କ୍ରସରରୁ ଉଠୁଥିବାବେଳେ ଗାଡିର ବ୍ରେକ ଫେଲ ହୋଇଯିବାରୁ ଗାଡିଟି ୧୫୦ଫୁଟ ତଳକୁ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । କମ୍ପାନୀ କର୍ତ୍ତୁପକ୍ଷ ତାଙ୍କ ଶବକୁ ବ୍ୟବଚ୍ଛେଦ କରିବାପରେ ଆଜି ଶବକୁ ଓଡିଶା ପଠାଇଥିବା ଜଣାଯାଇଛି । କାହ୍ନୁଙ୍କର ୪ବର୍ଷର ଏକମାତ୍ର ଶିଶୁପୁତ୍ର ଟିଏ ଥିବାବେଳେ କାହ୍ନୁଙ୍କ ମୃତୁ୍ୟପରେ ପରିବାରଟି ସମ୍ପୁର୍ଣ୍ଣ ବେସାହାରା ହୋଇପଡିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ