ଗୋଲେଖ ଦାସଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତରଡିପାଳ ଗ୍ରାମର ସ୍ୱର୍ଗତ ମନ୍ଦରଧର ଦାସଙ୍କ ପୁତ୍ର ଗୋଲେଖ ଚନ୍ଦ୍ର ଦାସଙ୍କର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ଦାସ ଶ୍ୱାସ ଜନିତ ରୋଗରେ ପିଡିତ ଥାଇ ଜିଲ୍ଲା ମୁଖୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ଗୁରୁବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଯାଇଛି । ଖବର ପାଇ ସମାଜସେବୀ ଅକ୍ଷୟ କୁମାର ତରାଇ ଡାକ୍ତରଖାନାରେ ପହଞ୍ଚି ସ୍ୱର୍ଗତ ଦାସଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।