ପୂର୍ବତନ କ୍ୟାପଟେନ ନୃସିଂହ ଚରଣ ଦାସଙ୍କ ପରଲୋକ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ଭାରତୀୟ ସେନାବାହିନୀର ପୂର୍ବତନ କ୍ୟାପଟେନ ତଥା କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ନୃସିଂହ ଚରଣ ଦାସଙ୍କ ଶୁକ୍ରବାର ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ପୁତ୍ର ଶାନ୍ତନୁ, ସନ୍ତୋଷ, ସରୋଜ, ସୁବାସ ଓ ସୈାଭାଗ୍ୟ, ବୋହୁ, ୩ଝିଅ, ଜ୍ୱାଇଁ, ସାନଭାଇ ନିରଞ୍ଜନ ଓ କ୍ଷୀରୋଦଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ପୂର୍ବତନ ସୈନିକସଙ୍ଘ ସଭାପତି ଅଭୟ ଲେଙ୍କା ଓ ସମ୍ପାଦକ ବିରବର ପାତ୍ରଙ୍କ ସମେତ ୨୦ରୁ ଉର୍ଦ୍ଧ୍ୱ ସଦସ୍ୟ ତାଙ୍କ ଶ୍ୟାମସୁନ୍ଦରପୁରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୂର୍ବତନ ସୈନିକ ସଙ୍ଘ ପକ୍ଷରୁ କ୍ୟାପେଟନ ନୃସିଂହ ଚରଣ ଦାସଙ୍କ ମରଶରୀରରେ ଜାତୀୟ ପତାକା ଘୋଡାଇ ଦିଆଯାଇ ଶେଷ ସମ୍ମାନ ଜ୍ଞାପନ କରାଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ଶାନ୍ତନୁ ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ