ଶିବାନନ୍ଦ ଆଶ୍ରମରେ ମାଗଣା ସ୍ୱାସ୍ଥ୍ୟ ଶିବିର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ପିଙ୍ଗଳ ଗଇଦୁଆ ସ୍ଥିତ ଶିବାନନ୍ଦ ଆଶ୍ରମରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆପୋଲୋ ହସପିଟାଲର ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସରୋଜିନୀ ଯୋଶୀ ତଥା ବିଭିନ୍ନ ବିଭାଗର ତାଙ୍କ ଡାକ୍ତର ବନ୍ଧୁମାନେ ଯୋଗଦେଇ ବିଭିନ୍ନ ବିଭାଗର ରୋଗୀମାନଙ୍କ ଚିକିତ୍ସା କରିବା ସହ ନିଶୁଳ୍କ ଔଷଧ ଯୋଗାଇ ଦେଇଥିଲେ। ଏହି ଶିବିରକୁ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦ୍‌ଘାଟନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ଯୋଶୀ ଡା. ବାଳକୃଷ୍ଣ ଯୋଶୀଙ୍କ ଏକମାତ୍ର ପୁତ୍ର ସ୍ୱର୍ଗତ ବ୍ୟାସଦେବଙ୍କ ସ୍ମୃତିରେ ଏହି ଶିବିରର ଆୟୋଜନ କରିଥିଲେ। ଏହି ଶିବିରରେ ପାଞ୍ଚଶହରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହୋଇଥିଲେ। ଏହି ଶିବିରକୁ ଶ୍ରୀଧର ରାଉତ, ଶ୍ରୀବତ୍ସ ନାୟକ, ଆଶ୍ରମର ବ୍ରହ୍ମଚାରୀ ନୃସିଂହନାଥଙ୍କ ସମେତ କୋରୋ ପଞ୍ଚାୟତର ବହୁ ବିଶିଷ୍ଟବ୍ୟକ୍ତି ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ