ବଡରମ୍ପାସ ନିକଟରେ ଗଛକୁ ଧକ୍କା ଦେଇ ଦୁଇ ବାଇକ ଆରୋହୀ ଗୁରୁତର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ବଡରମ୍ପାସ ନିକଟରେ ଏକ ଗଛକୁ ଧକ୍କା ଦେଇ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଆଜି ଅପରାହ୍ନ ୩ଟା ବେଳେ ତେମଳା ଗ୍ରାମରସୁଶାନ୍ତ ପେଡା ଓ ପପିନ ବେହେରା ନାମକ ଦୁଇଜଣ ବାଇକ ଆରୋହୀ ଏକ ବାଇକରେ ନିଜ ଗାଁକୁ ଯାଉଥିବା ସମୟରେ ବଡରମ୍ପାସ ନିକଟରେ ରାସ୍ତା କଡରେ ôତବା ଏକ ଅସ୍ୱସ୍ଥ ଗଛକୁ ଧକ୍କା ଦେଇ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଫଳରେ ଦୁଇଜଣ ଯାକ ଗୁରୁତର ଅବସ୍ଥାରେ ପଡିଥିବାବେଳେ ସେହି ବାଟ ଦେଇ ଯାଉଥିବା କିଛି ବାଟୋଇ ଆମ୍ବୁଲାନସ ଡକାଇ ସେମାନଭ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି ।


