ବିଜେବି ମହାବିଦ୍ୟାଳୟରେ ଭୁବନେଶ୍ୱରସ୍ତରୀୟ ସଡ଼କ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଭାରତୀୟ ରେଡ଼କ୍ରସ, ଓଡ଼ିଶା ଶାଖା ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖାର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ତରୀୟ ସଡ଼କ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ୱରର ୧୮ଟି କଲେଜର ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ଯୋଗଦାନ କରିଥିଲେ । ଯୁବ ରେଡ଼କ୍ରସର ସ୍ୱେଚ୍ଛାସେବୀମାନେ ପଦଯାତ୍ରା ଏବଂ ମାନବ ଶୃଙ୍ଖଳ ଜରିଆରେ ସାଧାରଣ ଜନତାଙ୍କୁ ସଡ଼କ ନିରାପତ୍ତାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ଭୁବନେଶ୍ୱର ଏ.ଡି.ଏମ୍ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସ୍ୱାଇଁ, ଭୁବନେଶ୍ୱର ଆରଟିଓ ଶ୍ରୀଯୁକ୍ତ ବିକାଶ ଚୌଧୁରୀ ଏବଂ ସନତ ଜେନା ପତାକା ଦେଖା ଏହି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଭାରତୀୟ ରେଡ଼କ୍ରସ ଓଡ଼ିଶା ଶାଖାର ଶ୍ରୀଯୁକ୍ତ ବିଭୂତି ଭୂଷଣ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଯୁବ ରେଡ଼କ୍ରସର ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଶିକ୍ଷକ ଭାବେ ଯୁଗ୍ମ କମିଶନର ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି ଏବଂ ସେଫ୍ ଇଣ୍ଡିଆର ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ ପଣ୍ଡା ସ୍ୱେଚ୍ଛାସେବୀ ମାନଙ୍କୁ ସଡ଼କ ନିରାପତ୍ତାର ବିଭିନ୍ନ ନିୟମାବଳୀ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ବିଜେବି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନିରଞ୍ଜନ ମିଶ୍ର ଏବଂ ପ୍ରାକ୍ତନ ଯୁବ ରେଡ଼କ୍ରସ ଅଧିକାରୀ ଡଃ ପ୍ରଣତି ଦାସ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ଭୁବନେଶ୍ୱର ଆଞ୍ଚଳିକ ଶାଖାର କନଭେନର ସେକ୍ରେଟାରୀ ଅଧ୍ୟାପିକା ଲେଖା ଦାସ ପରିଚାଳନା କରିଥିଲେ । ଶେଷରେ ଡଃ ବୈକୁଣ୍ଠ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ