ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦଳିତ ସହାୟକ ପ୍ରତିଷ୍ଠାନ ଓ ସମାଜ ବିକାଶ କର୍ମଜିବି ଶ୍ରମିକ ସଂଘ ତରଫରୁ ମଙ୍ଗଳବାର ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୬୬ ତମ ତିରୋଧାନ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠାନର ବହୁ ସଭ୍ୟ ଓ ସଭ୍ୟା ମାନେ ଛତ୍ରପୁର ସହର ଲୋୟାର ବସଷ୍ଟାଣ୍ଡ ସ୍ଥିତ ବୁଦ୍ଧ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି ତଥା ସମାଜ ବିକାଶ କର୍ମଜିବି ଶ୍ରମିକ ସଂଘ ଗଞ୍ଜାମ ଜିଲ୍ଲା ସଭାପତି କାଳୁ ଚରଣ ନାୟକ, ସମ୍ପାଦକ ଜଗନ୍ନାଥ ଦାସ, ଉପଦେଷ୍ଟା ଶ୍ରୀହରି ନାୟକ, ସଭ୍ୟା କମଳିନୀ ନାୟକ, ସଭ୍ୟ ମଧୁସୂଦନ ରାଓ ଓ କୃଷ୍ଣ ଚନ୍ଦ୍ର ବେହେରା, ଆଇନଜିବୀ ଲିଙ୍ଗରାଜ ପଟ୍ଟନାୟକ, ମନୋଜ କୁମାର ବେହେରା ଓ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ