ବିଦ୍ୟାଧରପୁର ଠାରୁ ବାଙ୍ଗୋର, ପୂର୍ତ୍ତ ବିଭାଗ ଦ୍ୱାରା ଉପଯୁକ୍ତ ମାନଦଣ୍ଡରେ ନିର୍ମାଣ କରାଯିବାକୁ ଦାବି

ହାଟଡିହି (ଓ୍ବାଇଏନଏସ): ବିଦ୍ୟାଧରପୁର ଠାରୁ  ବାଙ୍ଗୋର, ପୂର୍ତ୍ତ ବିଭାଗ ଦ୍ୱାରା ଉପଯୁକ୍ତ ମାନଦଣ୍ଡରେ ନିର୍ମାଣ କରାଯିବାକୁ ଦାବି କରାଯାଇଛି। ବାଲିବରେଇ ଗ୍ରାମପଞ୍ଚାୟଚର ନିଦ୍ୟାଧରପୁର ଠାରୁ ଧନୁର୍ଜୟପୁର ପଞ୍ଚାୟତ  କ୍ରୋମାଇଟ ଖଣି ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ୩ କି.ମି. ରାସ୍ତା ସମନ୍ଧରେ ଆପତ୍ତି ଉଠାଇ ଗ୍ରାମବାସୀ ମାନେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ସଚିବ, ହାଟଡିହି ତହସିଲଦାର, ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ରାସ୍ତା ଉପରେ ତିନୋଟି ପଞ୍ଚାୟତର ଲୋକମାନେ ଯାତାୟାତ କରୁଥିବା ବେଳେ ଓଡିଶା ଖଣି ନିଗମ ଦ୍ୱାରା ପରିଚାଳିତ ଖଣିକୁ ପ୍ରତ୍ୟେକ ଦିନ ଭାରିଯାନ ଯାତାୟତ କରୁଥିବାରୁ  ସର୍ବସାଧାରଣ ଙ୍କ ଜୀବନ ଯାତ୍ରାରେ ନାନା ପ୍ରକାର ଅସୁବିଧା ସୃଷ୍ଟି ହେଉଛି ।ଏବେ ରାସ୍ତା ନିର୍ମାଣ ଚାଲିଥିବା ବେଳେ ରାସ୍ତା ନିର୍ମାଣ ସମନ୍ଧୀୟ ଏଷ୍ଟିଷ୍ଟ୍ରେଟ ଓ ଟେଣ୍ଡର ର ନର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାଇ କାମ କରାଯାଉ ନାହିଁ। ରାସ୍ତାର ପ୍ରସ୍ତ ୭.୫ମିଟର ପିଚୁରାସ୍ତା ଓ ଭଭୟ ପାର୍ଶ୍ଵକୁ ବର୍ମ, ଗାର୍ଡୱାଲ ଓ ଡ୍ରେନର ବ୍ୟବସ୍ଥା ଥିବା ସତ୍ତ୍ୱେ ତାହା କରାଯାଉନି।  ରକ୍ତ ରାସ୍ତାର ୫୦୦ ମି. ରାସ୍ତା ୫.୫ମି.  ଓ ୧.୫ କି.ମି. ରାସ୍ତା ୭.୫ ମି.ପ୍ରସ୍ଥରେ ନିର୍ମାଣ କରାଯାଇଅଛି । ବାକି ରାସ୍ତାର ପ୍ରାୟ ୧ କି.ମି. ବିଭାଗ ତରଫରୁ ଦଇବଖଲ ଉଚ୍ଛେଦ ଉପରେ ଗୁରୁତ୍ୱ ନଦେଇ ଏବଂ ସଠିକ ମାନଦଣ୍ଡକୁ ତଦାରଖ ନକରି ବିଭାଗ ଓ କଣ୍ଟ୍ରାକ୍‌ଟର ଯାହା ଯେପରି ଅଛି ନିର୍ଦିଷ୍ଟ ଓସାର ଓ ମାନଦଣ୍ଡକୁ ବେଖାତିର କରି ନିମ୍ନମାନର କାମ କରିଚାଲିଛନ୍ତି । ଯାହାଦ୍ୱାରା ରସ୍ତାର ସ୍ଥାଇତ୍ଵ ନେଇ ସନ୍ଦେହ ପ୍ରକାଶ ପାଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ସରକାରୀ ଜମିକୁ ଘର ଓ ପାଚେରୀ କରି ଜବରଦଖଲରେରେ ଥିବା ସତ୍ତ୍ବେ ଓ ଏନେଇ  ତହସିଲଦାର ହାଟଡିହା, ଜିଲ୍ଲାପାଳ କେନ୍ଦୁଝର ଓ ପୂର୍ତ୍ତ ବିଭାଗ  ଅଧିକାରୀଙ୍କ ଠାରେ ଲିଖୁଚ ଅଭିଯୋଗ କରିବା ସତ୍ତ୍ବେ, ରାସ୍ତାପାଖରେ ଥିବା ଜମିରୁ  ଜବରଦଖଲ ଉଚ୍ଛେଦ ନିମନ୍ତେ କିଛି ପବକ୍ଷେପ ନିଆଯାଇ ନାହିଁ । ଏଣୁ ସର୍ବସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଯଦି ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନ ଆସନ୍ତା ୨୮ତାରିଖ ମଧ୍ୟରେ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆସନ୍ତା ୨୯ ତାରିଖରେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ବିବେକା ନନ୍ଦ ରାଉତ, ପ୍ରତାପ କିଶୋର ପଣ୍ଡା, କୃଷ୍ଣ ଚନ୍ଦ୍ର ପରିଡା, ଭାବଗ୍ରାହୀ ପୃଷ୍ଟି, କମଳାକାନ୍ତ ମହାରଣା, ସହଦେଵ ପୃଷ୍ଟି, ବୁଦ୍ଧଦେବ ବାରିକ, ଗଦାଧର ସାହୁ, ରବୀନ୍ଦ୍ର ପଲେଇ, ରଣଜିତ ପୃଷ୍ଟି ପ୍ରମୁଖ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ