ସୋନିଆ ଓ ରାହୁଳଙ୍କୁ ଭେଟିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ : ଆଜି ସଂସଦ ଭବନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଓଡ଼ିଶାର ତିନି କଂଗ୍ରେସ କର୍ମୀ ସାକ୍ଷାତ କରିଛନ୍ତି । ତିନି ଜଣ ହେଲେ, ବିଶ୍ୱଜିତ ଦାସ, ନିକୁଞ୍ଜ ପଶାୟତ ଓ ସତ୍ୟାନନ୍ଦ ରାଉତ । ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଶାରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବା ସହିତ ଜଣେ ଯୁବ ନେତାଙ୍କୁ ଓଡ଼ିଶାର କଂଗ୍ରସ ନେତୃତ୍ୱ ଭାର ନ୍ୟସ୍ତ କରିବା ପାଇଁ ଦାବି କରିଥିଲେ । ଏଥିସହିତ, ଦୁଇ ନେତାଙ୍କୁ ସେମାନେ ସ୍ମାରକପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ସେହିଭଳି, ଗତକାଲି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ମଧ୍ୟ ସାକ୍ଷାତ କରିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ