ଦିଗପହଣ୍ଡିରେ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ କୁ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଙ୍କ ସମର୍ଥନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଓ୍ବାର୍କରସ ଆସୋସିଏସନ ଦିଗପହଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ( ଆଇସିଡିଏସ )କାର୍ଯ୍ଯାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା କୁ ୧୮ ଦିନ ବିତିଛି। ଶୁକ୍ରବାର ପଦ୍ମନାଭପୁର ସେକ୍ଟର ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ବୃନ୍ଦ ଧାରଣା ସ୍ଥଳରେ ଉପସ୍ଥିତ ଥିଲେ। ପଦ୍ମନାଭପୁର ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ବି. କ୍ରିଷ୍ଣା ରାଓ ସୁବୁଦ୍ଧି ଙ୍କ ନେତୃତ୍ୱରେ ଚିତ୍ରସେନ ଗୌଡ଼,ବିଶ୍ଵନାଥ ପ୍ରଧାନ, ଦେବହରି ଗୌଡ଼ ପ୍ରମୁଖ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ବୃନ୍ଦ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କୁ ସମର୍ଥନ ଘୋଷଣା କରିଥିଲେ।ରାଜ୍ୟ ସଂଘର ଆହ୍ବାନ କ୍ରମେ ୮ ଦଫା ଦାବୀ ନେଇ ଅଙ୍ଗନବାଡି କର୍ମୀ ମାନେ ବ୍ଲକ ସଭାନେତ୍ରୀ ବନିତା ପାତ୍ରଙ୍କ ନେତୃତ୍ୱରେ ଗଣଧାରଣା ଚଳାଇଛନ୍ତି।ଦାବି ପୂରଣ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁରହିବ ବୋଲି ସଭାନେତ୍ରୀ ପ୍ରକାଶ କରିଛନ୍ତି।


