ରକ୍ତ ଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା- ଆସନ୍ତା ୧ ତାରିଖ ରବିବାର ଆମ ପୋଲିସ ସମିତି ଗାଙ୍ଗପୁର ଓ ଅନୁଷ୍ଠାନ ର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଗୋବରା ସ୍ଥିତ ବିଶ୍ୱଭାରତି ଆବିସିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ପ୍ରଦ୍ୟନ୍ନ ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ କିପରି ଅଧିକରୁ ଅଧିକ ନୂତନ ରକ୍ତଦାତା ସୃଷ୍ଟି କରାଯାଇପାରିବ ଏନେଇ ଆଲୋଚନା ହୋଇଥିଲା । ଏବଂ ରକ୍ତଦାନ ଶିବିରକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ଶ୍ରୀ ପାତ୍ର ସହଯୋଗ କାମନା କରିଥିଲେ । ଏହି ବୈଠକରେ ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟର ଉପସଭାପତି ବିଭୁପ୍ରସାଦ ଜେନା, ଗୋବରା ସରପଞ୍ଚ ଙ୍କ ପ୍ରତିନିଧି ରାଧାସ୍ୱାମୀ ରାଜୁ, ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ,ବେଣିପଲ୍ଲୀ ସମିତିସଭ୍ୟା ଦୁର୍ଗା ମାଧବ ନାୟକ, ବେଲଗୁଣ୍ଠା ପ୍ରେସ୍ କ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଶୋଇ, ବେଲଗୁଣ୍ଠା ବ୍ଲକ କୃଷକ ସାଥୀ ସଂଘ ସଭାପତି କୁନା ପରିଡା,ଗୋବରା ବିଜୁ ଯୁବ ବାହିନୀ ସଂପାଦକ ଉମା ପ୍ରସାଦ ଶର୍ମା ଙ୍କ ସମେତ ଯୋଗେନ୍ଦ୍ର ସେଠୀ, ବେଲଗୁଣ୍ଠା ବ୍ଲକ ସ୍ୱଚ୍ଛାକୃତ ରକ୍ତଦାତା ସଂଘ ସଭାପତି ଶରତ ସ୍ୱାଇଁ,ଯୋଗେନ୍ଦ୍ର ଗୌଡ,ଶ୍ୟାମ ସୁନ୍ଦର ରାଉତ,ପଞ୍ଚାନନ ସାହୁ,ମନୋଜ ନାୟକ,ଲକ୍ଷ୍ମଣ ପଣ୍ଡା,ସୁମନ୍ତ ସ୍ୱାଇଁ ଓ ଯୋଗେନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।


