ପିପୁଲସ କଲେଜରେ “ଆନ୍ତର୍ଜାତୀୟ ମାନବିକ ଅଧିକାର” ଆଲୋଚନା ଚକ୍ର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ କଲେଜ ସମ୍ମିଳନୀ କକ୍ଷରେ “ଆନ୍ତର୍ଜାତିୟ ମାନବିକ ଅଧିକାର” ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ରକୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଜୟରାମ ବିଷୋୟୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିବା ସହ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ରଜନୀକାନ୍ତ ଭଟ୍ଟ, ମୁଖ୍ୟ ବକ୍ତା ଭାବେ ଶରଣକୂଳ ଡିଗ୍ରୀ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡା ଓ ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାଶ ଯୋଗଦେଇଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ବିନୋଦ କୁମାର କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ତୃତୀୟ ବର୍ଷ ଛାତ୍ରୀ ଶୃତିଶିକ୍ଷା ପ୍ରଧାନ ସନ୍ଦର୍ଭକୁ ପାଠ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ମାନବିକ ଅଧିକାର ବିଷୟରେ ମୂଲ୍ୟବାନ ମତ ପ୍ରଦାନ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ବିଷୋୟୀ , ମୁଖ୍ୟ ଅତିଥି ଶ୍ରୀ ଭଟ୍ଟ, ସମ୍ନାନିତ ଅତିଥି ଶ୍ରୀ ଦାଶ ମାନବିକ ଅଧିକାର ବିଷୟରେ ନିଜର ମତ ପ୍ରଦାନ କରିଥିଲେ। ବିଭାଗୀୟ ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ