ସାମ୍ବାଦିକ ସଂଘର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ
ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ବାର ଆସୋସେସିଅନ ପକ୍ଷରୁ ବ୍ରହ୍ମପୁରଠାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀକୁ ଜିଲ୍ଲା ସାମାଜିକ ସଂଘ ପକ୍ଷରୁ ସମର୍ଥନ ଜଣାଇଛନ୍ତି । ଗଞ୍ଜାମ ବାର ଆସୋସୋସେନ ପକ୍ଷରୁ ଗତ ୨୫ ତାରିଖଠାରୁ ଆରମ୍ଭ କରିଥିବା ସତ୍ୟାଗ୍ରହରେ ଜିଲ୍ଲା ସାମୂହିକ ସଂଘର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ସଂଘର ସଭାପତି ରବି ପାଣିଗ୍ରାହୀ ଓ ଓକିଲ ସଂଘର ସଂପାଦକମାନଙ୍କୁ ପୁଷ୍ପଗୁଚ୍ଛନେଇ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ପ୍ରତିନିଧିଦଳରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଜୟରାମ ମହାରଣା , ସାଧାରଣ ସଂପାଦକ ମାନସ ଦାସ , ଉପସଭାପତି ରମେଶ ଚନ୍ଦ୍ର ସାହୁ , ଚୈତନ୍ୟ ସାହୁ , ରୁପେଶ ପଣ୍ଡା , କୃଷ୍ଣଚନ୍ଦ୍ର ପାଳ , କାଳି ଦାସ , କୈଳାଶ ଚନ୍ଦ୍ର ପାଣିଗ୍ରାହୀ , ସୁନିଲ ସାହୁ , ଯୀଶୁଖ୍ରୀଷ୍ଟ ପ୍ରଧାନ , ଗୁରୁଚରମ ପାତ୍ର , ପ୍ରଭାକର , ଶୁଭେନ୍ଦୁ ଦାସ ପ୍ରମୁଖ ଯୋଗଦେଇଥିଲେ ।


