ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କୌଶଳଭିତ୍ତିକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଦେଶରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ତଥା ଗେଷ୍ଟ ଅଫ୍ ଅନର, ପ୍ରଫେସର ଆଇଏନ୍ ମାର୍ଟିନ, କୁଳପତି, ଡେକିନ୍ ୟୁନିଭରସିଟି, ଅଷ୍ଟ୍ରେଲିଆ ଏବଂ ଶ୍ରୀ ପିଟର ୱଫଲି, ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍,ଇଲିଆ ଫାଉଣ୍ଡେସନ୍ ଏଥିକ୍ଷ ଇନ ଗ୍ଲୋବାଲାଇଜେସନ୍, ଉପସ୍ଥିତିରେ ନିଜର ଦଶମ ସମାବର୍ତ୍ତନ ଉତ୍ସବ ପାଳନକରିଛି lଆଜିର ଏହି ସମାବର୍ତ୍ତନ ଉତ୍ସବରେ ସର୍ବପ୍ରଥମେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ବିବରଣୀ ପ୍ରଦାନ ଅବସରରେ ପ୍ରଫେସର ପଟ୍ଟନାୟକ ମୁଖ୍ୟତଃ କହିଥିଲେଯେ ବିଶ୍ବବିଦ୍ୟାଳୟ ନୂତନ ଜାତୀୟ ଶିକ୍ଷାନୀତିକୁ ଅନୁସରଣ କରି ଏହାର ଶିକ୍ଷାବ୍ୟବସ୍ଥାକୁ ଅଧିକରୁ ଅଧିକ ଛାତ୍ରାଭିମୁଖୀ କରିବା ଦିଗରେ ଯତ୍ନଶୀଳ ହୋଇଛି l ତାଙ୍କ ଅଭିଭାଷଣରେ ସେ ସ୍ନାତକୋତ୍ତର ଛାତ୍ରମାନଙ୍କୁ ସେମାନଙ୍କର ଶିକ୍ଷଣ ଏବଂ ଶିଳ୍ପ ଅଭିଜ୍ଞତାକୁ, ଚାକିରୀ ସୃଷ୍ଟିକର୍ତ୍ତା ଉଦ୍ୟୋଗରେ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ |ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟ ଉପସ୍ଥାପନ କରି ବିଶ୍ବବିଦ୍ୟାଳୟର କୌଶଳଭିତ୍ତିକ ଶିକ୍ଷାକୁ ଲୋକାଭିମୁଖୀ କରିବାର ପ୍ରୟାସ ତଥା ଏହାର ସାମାଜିକ ଦାୟୀତ୍ବବୋଧକୁ ନିର୍ବାହ କରିବା ନିମିତ୍ତ ପଦକ୍ଷେପକୁ ପ୍ରଶଂସା କରିଥିଲେ l ଛାତ୍ରଛାତ୍ରୀମାନଂକୁ ଉପଦେଶ ଦେଇ ମହାମହିମ ରାଜ୍ୟପାଳ କହିଥିଲେଯେ ” ଜୀବନରେ ସଫଳତା କିମ୍ବା ବିଫଳତା ଜୀବନର ଏକ ଅଂଶମାତ୍ର” l ସବୁଠୁ ବଡ଼ କଥା ହେଲା ଵିଵେକାନୁମୋଦିତ କାର୍ଯ୍ୟ କରିବା ଓ ସତ୍ୟନିଷ୍ଠା ରହିବା l ନବୁଝି ନବିଚାରି ଅନ୍ୟକୁ ଅନୁସରଣ ନକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବା ପାଇଁ ପ୍ରୟାସ କରିବା l ସେହିପରି ଶ୍ରୀ ପିଟର ୱଫଲି, ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍, ଏଲିୟା ଫାଉଣ୍ଡେସନ୍ ଏଟିକ୍ସ ଇନ ଗ୍ଲୋବାଲାଇଜେସନ୍ ତାଙ୍କ ଅଭିଭାଷଣରେ ଡିଜିଟାଲ ନବସୃଜନ ଏବଂ ଡିଜିଟାଲ ରୂପାନ୍ତରର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଅଭିନବତା ଏବଂ ଉଦ୍ୟୋଗୀ ଦୃଷ୍ଟିକୋଣରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ କିପରି ଆଗେଇ ଆସୁଛି ସେ ପ୍ରଶଂସା କରିଛନ୍ତି। ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏହାର ନିଆରା ଶିକ୍ଷାଦାନ ପଦ୍ଧତି ଓ କୌଶଳଭିତ୍ତିକ ଶିକ୍ଷାକ୍ଷେତ୍ରରେ ଏହାର ଅବଦାନ ଦ୍ୱାରା ସେହି ଗରିମାକୁ ରୁଦ୍ଧିମନ୍ତ କରିଛି l ଏହା ଶିକ୍ଷାଦାନ ସହିତ ବିକାଶପାଇଁ ଯୋଗ୍ୟ ମାନବସମ୍ବଳ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି l ସେ କହିଥିଲେ ଯେ ମୁଁ ମୋ ଜୀବନରେ ଅନେକ ଶିକ୍ଷାନୁଷ୍ଠାନ ଦେଖିଥିଲେ ମଧ୍ୟ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଅନନ୍ୟ l ସେ ଛାତ୍ରମାନଙ୍କୁ “କରିପାରିବି” ମନୋଭାବ ବିକାଶ କରିବାକୁ ଅନୁରୋଧ କରିଥିଲେ।ଏହି ଉତ୍ସବରେ ୨୨ ଜଣ ଗବେଷକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଥିଲା ବେଳେ ୧୨ ଜଣ ଛାତ୍ରଛାତ୍ରୀ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି l ବିଶ୍ୱବିଦ୍ୟାଳୟର ଡିନ ପ୍ରଫେସର ପ୍ରଶାନ୍ତ ମହାନ୍ତି ସଫଳତାର ସହିତ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟନିଷ୍ଠା ଓ ମୂଲ୍ୟବୋଧ ସମ୍ପର୍କିତ ଶପଥପାଠ କରାଇଥିଲେ l ଆଜିର ଏହି ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର , ଉପସଭାପତି ପ୍ରଫେସର ଡି.ଏନ ରାଓ ,ରେଜିଷ୍ଟ୍ରାର ପ୍ରଫେସର ଅନୀତା ପାତ୍ର ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଗଣ ଯୋଗ ଦେଇଥିଲେ l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ