ସୀମାନ୍ତରେ ଆନ୍ଧ୍ରର ଯୋଜନାବଦ୍ଧ

ପାରଳାଖେମୁଣ୍ଡି, 12/5(ତାରିଣୀ ପ୍ରସାଦ ପଣ୍ଡା ):  ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମାଣିକପାଟଣା ଓ ଗୁଡ଼ୁଖୁଡ଼ି ଗ୍ରାମରେ ଜନଗଣନାକୁ ନେଇ ଲାଗି ରହିଥିବା ବିବାଦୀୟ ପରିସ୍ଥିତିର ଅନୁଧ୍ୟାନ କରିବା ସହ ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ଉତ୍କଳ ସମ୍ମିଳନୀ ପ୍ରତିନିଧିଦଳ ପକ୍ଷରୁ ଏନେଇ ଗଭୀର ଉଦବେଗ ପ୍ରକାଶ କରାଯିବା ସହ ଆନ୍ଧ୍ରର ଏଭଳି ବେନିୟମ କାର୍ଯ୍ୟର ତୀବ୍ର ବିରୋଧ କରାଯାଇଛି. ଏଭଳି କାର୍ଯ୍ୟ ବିରୋଧରେ ଓଡ଼ିଶା ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ  ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖି ଅବଗତ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଉତ୍କଳ ସମ୍ମିଳନୀ ଗଜପତି ଶାଖା ସଭାପତି ଭାରତ ଭୂଷଣ ମହାନ୍ତି,  ବିନୋଦ ଚନ୍ଦ୍ର ଜେନା ଓ ପ୍ରମୋଦ ଚନ୍ଦ୍ର ପାଢ଼ୀ ପ୍ରମୁଖ ସାମିଲ ହୋଇ ଅନୁଧ୍ୟାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ