ପ୍ରତିଶୃତି ପୂରଣ କରିଲାନି ପ୍ରଶାସନ, ପ୍ରକଳ୍ପ କାମ ବନ୍ଦ କଲେ ବିସ୍ଥାପିତବାସୀ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ବାରମ୍ବାର ଅନୁରୋଧ ଦାବି ପରେ ପ୍ରତିଶୃତି ଦେଲେ ଗଜପତି ପ୍ରଶାସନ. ହେଲେ ପ୍ରତିଶୃତି ପୂରଣ ହେଲା ନାହିଁ. ପରିଶେଷରେ କୌଣସି ରାସ୍ତା ନ ପାଇ ଦୀର୍ଘ ବର୍ଷଧରି ଚାଲୁ ରହିଥିବା ଛେଳିଗଡ ଜଳପ୍ରକଳ୍ପ କାର୍ଯ୍ୟ ବନ୍ଦ କରିଛନ୍ତି ଛେଳିଗଡ ବୁଡି ଅଞ୍ଚଳବାସୀ. ଚଳିତ ବର୍ଷ ଜାନୁୟାରୀ ମାସ 30 ତାରିଖ ଦିନ ଛେଳିଗଡ ଜଳପ୍ରକଳ୍ପର ବିସ୍ଥାପିତ ଅଞ୍ଚଳବାସୀ ସେମାନଙ୍କର 15 ଦଫା ଦାବୀକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ l ଜିଲ୍ଲାପାଳ  ବିସ୍ଥାପିତଙ୍କ ସମସ୍ତ ଅଭିଯୋଗକୁ 3 ମାସର ଭିତରେ ସମସ୍ତ ଦାବିକୁ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ l କିନ୍ତୁ ତିନି ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ଦାବୀକୁ ପୂରଣ କରିପାରିନାହାନ୍ତି l ଗତକାଲି ଜିଲ୍ଲାପାଳ ଆର -ଉଦୟଗିରି ଠାରେ ଥିବା ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗଦେବା ପରେ ଛେଳିଗଡ ଜଳପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇ ଅଧିକାରୀ ମାନଙ୍କ ସହ ସାକ୍ଷାତ କରିଥିଲେ l ତେଣୁ ଗତକାଲି ବୁଡି ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଜଳପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ଆଗାମୀ ଦିନରେ ଯଦି ପ୍ରଶାସନ ସମସ୍ତ ଦାବୀକୁ ପୂରଣ ନକରନ୍ତି ତାହେଲେ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ରାଜପଥ ଅବରୋଧ କରାଯିବ ବୋଲି ସଂଗ୍ରାମ ସମିତି ସଭାପତି ଚୈତନ୍ୟ ସାହୁ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ