ଦିଗପହଣ୍ଡି ର ହରପ୍ରସାଦ  “ଇସକଫ” ଜାତୀୟ ପରିଷଦ ସଦସ୍ୟ ଭାବେ ମନୋନୀତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ର ଆଇନଜୀବୀ ହରପ୍ରସାଦ ରଥ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଥିବା ଜଣାପଡିଛି।କଟକ ଠାରେ ଗତ ୧୦ ଏବଂ ୧୧ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଇସକଫ ଜାତୀୟ ସମ୍ମିଳନୀରେ ହରପ୍ରସାଦଙ୍କୁ ଜାତୀୟ ପରିଷଦ ସଭ୍ୟ ଭାବେ ମନୋନୀତ କରାଯାଇଥିଲା।ଆଇନଜୀବୀ ହରପ୍ରସାଦ  ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଜଡିତ ରହି ବର୍ତ୍ତମାନ ସେ ଗଞ୍ଜାମ ଜିଲ୍ଲା ଇସକଫ ର ସଭାପତି ଦାୟିତ୍ବରେ ରହିଛନ୍ତି।କଳା, ସାହିତ୍ୟ, ସଂସ୍କୃତିର ବିକାଶ ସାଙ୍ଗକୁ ସାମାଜିକ ଶାନ୍ତି ଓ ଭାଇଚାରା ବଜାୟ ରଖିବା ଦିଗରେ ସଙ୍ଗଠନ ର ଯେଉଁ ମୂଖ୍ଯ ଆଭିମୁଖ୍ୟ ରହିଛି ତାହାକୁ ଅଧିକ ପ୍ରସାରିତ କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ଜାତୀୟ ପରିଷଦକୁ ମନୋନୀତ ହେବା ପରେ ହରପ୍ରସାଦଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ