ରାଜଶ୍ରୀ କଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସମାଜସେବୀ ଅକ୍ଷୟ ତରାଇ ସମ୍ବର୍ଦ୍ଧିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ, ପୁରୀରେ ଅନୁଷ୍ଠିତ ଏହି ସାରସ୍ୱତ ସମାବେଶରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ସାହିତ୍ୟ ଓ ବର୍ତ୍ତମାନର ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ବିଧାନ ସଭା ସଚିବ ଦାଶରଥି ଶତପଥୀ, ଶିକ୍ଷାଧିକାରୀ ମର୍କତକେଶରୀ ରାୟ, ସମାଜସେବୀ ଅକ୍ଷୟ ତରାଇ, ଦୁଷ୍ମନ୍ତ ସ୍ୱାଇଁ, ଗଣକ ଗଣେଶ ଶାସ୍ତ୍ରୀ, ମାନସ ମହାପାତ୍ର, ପ୍ରଭାତ ବିଶ୍ୱାଳ, ଶ୍ରୀମନ୍ତ ପଣ୍ଡା, ମଞ୍ଜୁଶ୍ରୀ ବରାଳ, ସୁପ୍ରିୟା ସାହୁ ପ୍ରମୁଖଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ବେଣୁଧର ସୂତାର, ନାଟ୍ୟକାର ଡଃ. ରମାକାନ୍ତ ନାୟକ, ମଞ୍ଜୁଶ୍ରୀ ବରାଳ, ସୁପ୍ରିୟା ସାହୁ, ଅଶୋକ ସାହୁ, ମୋନାଲିସା ସିଂହ ଓ କୁମୁଦିନୀ ବେହେରା ପ୍ରମୁଖଙ୍କ ପୁସ୍ତକ ଲୋକାର୍ପିତ ହୋଇଥିଲା । ସମ୍ପାଦକ ହେମନ୍ତ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅପର୍ତ୍ତି ଚରଣ ସେଠି ଧନ୍ୟବାଦ ଅର୍ପଣ କରିଥିଲେ । ଇନ୍ଦୁପୁର ପାୟଲ ମ୍ୟୁଜିକ ସ୍କୁଲର ଶିଳ୍ପୀମାନେ ଜାତୀୟ ସଂଗୀତ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ