ହାଟଡ଼ିହି ବ୍ଲକରେ ନୂତନ ବିଇଓଙ୍କ ଯୋଗଦାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାତଡ଼ିହି ବ୍ଲକର ନୂତନ ବିଇଓ ଉତ୍ତମ କୁମାର ନାୟକ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ସାହାରାପଡା ବ୍ଲକରେ ବିଇଓଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ହାଟଡ଼ିହି ବ୍ଲକର ଅତିରିକ୍ତ ଦାଇତ୍ୱ ଦିଆ ଯାଇଛି। ବିଇଓ ଶ୍ରୀ ନାୟକ ଆଜି ଅପରାହ୍ନରେ ବିଇଓ କାର୍ଯ୍ୟାଳୟରେ ପହଁଚିବା ପରେ ତାଙ୍କୁ କାର୍ଯ୍ୟାଳୟ ଓ ଶିକ୍ଷକସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏବିଇଓ ଧନେଶ୍ୱର ଖଣ୍ଡେଇ, ସୁରେଶ କୁମାର ଯେନା, ଶିକ୍ଷକ ସଂଘ ମିଳିତ ମଞ୍ଚ ପକ୍ଷରୁ ହରମୋହନ ପଣ୍ଡା, ମିହିର କୁମାର ପଣ୍ଡା, ଭଗବାନ ନାୟକ, ବିବେକାନନ୍ଦ ବେହେରା, ରାଜକିଶୋର ସ୍ୱାଇଁ, ସୁରେନ୍ଦ୍ର କୁମାର ସା, ପ୍ରଭାକର ବେହେରା, ଶିଶିର କୁମାର ନାୟକ, କେଶବ କର, ସୁରେନ୍ଦ୍ର କୁମାର ନାୟକ, କ୍ଷେତ୍ରବାସୀ ମିଶ୍ର, ଶ୍ରୀକାନ୍ତ ସେଠୀ, ସୁଶାନ୍ତ ଯେନା, ଦେବାଶିଷ ବାରିକ, ପ୍ରଫୁଲ୍ଲ କୁମାର ଜେନା, ପ୍ରଫୁଲ୍ଲ କୁମାର ମଣ୍ଡଳ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ପୁଷ୍ପଗୁଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ