ଫାଶୀ ଲଗାଇ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ନୂଆପଡା ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି I ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ନୂଆପଡା ଗ୍ରାମର ସୁଜନ ପରିଡ଼ା ଓରଫ ଟିଆଁ(୫୦) I ସୁଜନର ପରିବାର ଲୋକେ ସୁରତରେ ରହୁଥିବା ବେଳେ ସୁଜନ ଗାଆଁରେ ଏକା ରହି ଲିଆ ମୁଢ଼ି ବିକ୍ରି କରି ଚଳୁଥିଲେ I ସେ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଗ୍ରାମବାସୀ ଗାଙ୍ଗପୁର ଥାନାରେ ଖବର ଖବର ଦେଇଥିଲେ I ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ I ତେବେ ସୁଜନର ପରିବାର ଲୋକେ ସୁରତରୁ ଗାଆଁକୁ ଫେରିବାକୁ ଦୁଇ ତିନି ଦିନ ସମୟ ଲାଗିବା ଏବଂ ତିନିଦିନ ପର୍ଯ୍ୟନ୍ତ ଶବକୁ ଗାଆଁରେ ରଖିବା ସମ୍ଭବ ନଥିବାରୁ ଗ୍ରାମବାସୀ ସୁଜନର ଶବ୍ଦକୁ ପୋଲିସ୍ ସହାୟତାରେ ସଂସ୍କାର କରିଥିଲେ I ଏନେଇ ଗାଙ୍ଗପୁର ଥାନାରେ ୨୭/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ଘଟଣାର ତଦନ୍ତ କରାଯାଉଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ