ଶ୍ମଶାନ ଜମିରେ ଭେଣ୍ଡିଂ ଜୋନ୍ କରି ଆମିଷ ମାର୍କେଟ ନିର୍ମାଣ ନେଇ ବ୍ୟବସାୟୀଙ୍କ ଅସନ୍ତୋଷ

ବେଲଗୁଣ୍ଠା, (ସନ୍ତୋଷ କୁମାର ଜେନା):ବେଲଗୁଣ୍ଠା ଗତ ଦୁଇ ବର୍ଷ ଧରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ବିକାଶ ନାମରେ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ନ ରଖି କିଛି ନିର୍ମାଣ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଆମିଷ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି ।ବହୁ ବର୍ଷ ଧରି ବେଲଗୁଣ୍ଠା ହାଟପଦାରେ ଆମିଷ ମାର୍କେଟ ରହିଅଛି । ବିଭିନ୍ନ ପ୍ରକାର ଆମିଷ ବ୍ୟବସାୟୀ ଏଠାରେ ମାଛ, ମାଂସ, ଚିକେନ, ଅଣ୍ଡା ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି ।ଗତ ଦୁଇ ବର୍ଷ ହେବ ସେମାନଙ୍କ ପାଇଁ ସେଠାରେ ସ୍ଥାୟୀ ଭାବେ ଖୋଲା ଭୋଣ୍ଡିଂ ଜୋନ୍ କରାଯାଇ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ବେଲଗୁଣ୍ଠା ସୁତୁମୁସର ରୋଡ୍ ରେ ଶ୍ମଶାନ ଜମିକୁ(ପୁର୍ବରୁ ଡମ୍ପିୟାର୍ଡ ଓ ଶ୍ମଶାନ ଥିବା) ପାଚେରୀ ଉଠାଇ ଶ୍ମଶାନ ଜମିକୁ ଅଲଗା କରି ସ୍ୱତନ୍ତ୍ର ଭାବେ ଏକ ଭେଣ୍ଡିଂ ଜୋନ୍ ତିଆରି ହେଉଥିବା ଏବଂ ଆମିଷ ବଜାରକୁ ସେଠାକୁ ସ୍ଥାନାନ୍ତରିତ କରାଯିବା ଯୋଜନା ହେଉଛି ବୋଲି ଆମିଷ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ହିନ୍ଦୁ ଧର୍ମ ଅନୁସାରେ ଶ୍ମଶାନ ଏକ ଧାର୍ମିକ ସ୍ଥଳ ।ଶବ ସତ୍କାର ବେଳେ ସେଠାରେ ବିଭିନ୍ନ ପ୍ରକାରର କର୍ମ କରାଯାଇ ଶୁଦ୍ଧ ଚିତ୍ତରେ ନିଜ ପୁର୍ବ ପୁରୁଷ କୁ ଅର୍ପଣ କରାଯାଇଥାଏ । କିନ୍ତୁ ଆମିଷ ବଜାରକୁ ସେଠାକୁ ସ୍ଥାନାନ୍ତରିତ କରି ବେଲଗୁଣ୍ଠା ପ୍ରଶାସନ କ’ଣ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଶ୍ମଶାନ ଜମିରେ ଆମିଷ ବିକ୍ରି ହେଲେ ହିନ୍ଦୁ ଭାବାବେଗକୁ ଆଘାତ ହେବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି । ଏଥି ସହିତ ଶ୍ମଶାନ ଜମିରେ କେମିତି ଗ୍ରାହକ କ୍ରୟ କରିବାକୁ ଆସିବେ ବୋଲି ପ୍ରଶ୍ନ କରିଛନ୍ତି । ଫଳରେ ବ୍ୟବସାୟ ମଧ୍ୟ ପ୍ରଭାବିତ ହେବ ବୋଲି କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି ।ଏ ନେଇ ବେଲଗୁଣ୍ଠା ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଙ୍କ ପ୍ରତିକ୍ରିୟା ଅନୁସାରେ,ବେଲଗୁଣ୍ଠା ପ୍ରଶାସନ ଭେଣ୍ଡିଂ ଜୋନ୍ ତିଆରି କରୁଛି କିନ୍ତୁ ତାହୂ ଡମ୍ପିୟାର୍ଡ ଥିବା ଜମିରେ ହୋଇଛି ଏବଂ ଶ୍ମଶାନ ସହିତ କୌଣସି ସମ୍ପର୍କ ନଥିବା ସେ କହିଥିଲେ ଏବଂ ପ୍ରଶାସନ ତରଫରୁ ଆମିଷ ବଜାର ବ୍ୟବସାୟୀଙ୍କୁ ସ୍ଥାନାନ୍ତର ପାଇଁ କୌଣସି ନିର୍ଦେଶ ଏ ପର୍ଯ୍ୟନ୍ତ ଦିଆଯାଇନଥିବା ସେ ଜଣାଇଛନ୍ତି । ସେଠାରେ କ’ଣ ହେବ ଏ ପର୍ଯ୍ୟନ୍ତ କୋୖଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇନାହିଁ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ବିଶେଷ ମୌଖିକ ଭାବେ କହିଥିବେ ତାଙ୍କ ଅବଗତରେ ନାହିଁ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ,୫୨ ଜଣଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ଅଭିଯୋଗକାରୀ ମାନେ ୫ଟି ସଚିବ, ଗଞ୍ଜାମ ଜିଲ୍ଲାପାଳ,ନଗର ଉନ୍ନୟନ ସଚିବ ଓ ରାଜସ୍ବ ବିଭାଗର ସଚିବଙ୍କ ନିକଟକୁ ପ୍ରେରଣ କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ